ଲୁହାପଥର ଚୋରାଚାଲାଣ ଉଦ୍ୟମବେଳେ ମାଡିବସିଲା ବନବିଭାଗ ଚାରୋଟି ଟ୍ରକ୍ ଓ ମେସିନ୍ ଜବତ୍।
ବିଭାଗୀୟ ଅଧିକାରୀ ନିଷ୍କ୍ରିୟ ବନ ବିଭାଗ ସକ୍ରିୟ।କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଦିନକୁ ଦିନ ଖଣି ମାଫିଆମାନେ ସକ୍ରିୟ ହେଉଥିବାବେଳେ ବିଭାଗୀୟ ଅଧିକାରୀ ନିଷ୍କ୍ରିୟ ହୋଇପଡ଼ିଥିବା ମନେହୁଏ। ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତରେ ଦିନକୁଦିନ ବୃଦ୍ଧିପାଉଛି ଚୋରା ଲୁହାପଥର ଚୋରା ଚାଲାଣ କାରୀଙ୍କ ପାଦୃଭାବା। ଲୁହାପଥର ଚୋରାଚାଲାଣ ବେଳେ ୪ଟି ଟ୍ରକ୍ ସହ ଗୋଟିଏ JCB ମେସିନ୍ ଜବତ କଲା ବନବିଭାଗ । ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଲୁହାପଥର ଚୋରା ଚାଲାଣ ବେଳେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା ବଡ଼ବିଲ୍ ରେଞ୍ଜ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଯୋଡ଼ାଥାନା ଅନ୍ତର୍ଗତ କଳାପାହାଡ଼ ନିକଟରୁ ୩ଟି ଟ୍ରକ୍ , ଗୋଟିଏ JCB ମେସିନ୍ ଜବତ ହୋଇଥିବା ନେଇ ସୂଚନା। ସେହିପରି, ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ କମାରଯୋଡ଼ା ନିକଟରୁ ବେଆଇନ୍ ଲୁହାପଥର ବୋଝେଇ ବେଳେ ଗୋଟିଏ ଟ୍ରକ୍ କୁ ବନବିଭାଗ ପକ୍ଷରୁ ଜବତ୍ କରିଥିବା ନେଇ ସୂଚନା। ଏହି ୨ଟି ଘଟଣାରେ କେସ୍ ରୁଜୁ କରି ଅଧିକ ତଦନ୍ତ କରୁଛି ବନବିଭାଗ । ଆଞ୍ଚଳିକ ବିଭାଗୀୟ ଅଧିକାରୀ ନିଷ୍କ୍ରିୟତା ଓ ଖଣି ମାଫିଆଙ୍କ ଦିନକୁଦିନ ବୃଦ୍ଧି ପାଉଥିବା ପାଦୃଭାବ, ଆଞ୍ଚଳିକ ବିଭାଗୀୟ ଅଧିକାରୀ ଙ୍କ କର୍ଯ୍ୟଶୈଳୀ କୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି , ବିଭାଗୀୟ ଅଧିକାରୀ ଅବା କର୍ମଚାରୀଙ୍କ ଖଣିମାଫିଆ ମାନଙ୍କ ସହ ଭିତିରି ବୁଝାମଣା ବା ମଧୁଚନ୍ଦ୍ରିକା ନାହିଁତ ଯାହାପାଇଁ ଖଣିଚୋରୀ ରୋକିବାରେ ବିଭାଗୀୟ ଅଧିକାରୀ ବିଫଳ ହେଉଥିବା ମନେହୁଏ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



