1983ମାଟ୍ରିକ ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର
ତା =22/3/26
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପଳାଶୋଳ ସ୍ଥିତ ଅଟଳବଳଦେବଜୀଉ ଉଚ୍ଚ ବିଦ୍ୟାପୀଠ ର 1983ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଟଳ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି |ସମାଜସେବୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ପୌରାହିତ ରେ ସାମ୍ବାଦିକ ତପନ କୁମାର ରାଉତରାୟ, ସଂଜୀବ ମହାନ୍ତି, ରଞ୍ଜିତ ସ୍ୱାଇଁ, ଦୁଷ୍ମନ୍ତ ମହାନ୍ତି, ରଞ୍ଜିତ ରଞ୍ଜନ ଦାସ, କ୍ରିଷ୍ଣା ମଞ୍ଜରୀ ମହାନ୍ତି ପ୍ରମୁଖ ଚାଳିଶି ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗଦେଇ ପ୍ରଭୁ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କୁ ଦର୍ଶନ କରି କୃପା ସାନିଧ୍ୟ୍ୟଲାଭ କରିଥିଲେ |ଏହା ପରେ ଉପସ୍ଥିତ ସମସ୍ତ ବନ୍ଧୁ ବାନ୍ଧବୀଏକତ୍ରିତ ହୋଇ ଶିକ୍ଷା ଜୀବନ ର ଅନୁଭୂତି ବଖାଣିଥିଲେ |ପ୍ରତିବର୍ଷ ପରି ଚଳିତବର୍ଷ ଅଟଳ ବଳଦେବଜୀଉ ଉଚ୍ଚ ବିଦ୍ୟାପୀଠର 1983ମାଟ୍ରିକ ବ୍ୟାଚ ବନ୍ଧୁ ବାନ୍ଧବୀ ମାନେ ଏକତ୍ରିତ ହୋଇ ପଳାଶୋଳ ପଞ୍ଚାୟତ ର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ର ରେ ସାମଗ୍ରିକ ସହାଭାଗିତା ହେବେ ବୋଲି ମତବ୍ୟକ୍ତ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



