କଇଁଛପଦା ଗ୍ରାମରେ ମହା ଆଡମ୍ବରରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ
ଏଥିରେ ୩୦ଗୋଟି ନାମ ସର୍କିର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ
ଆଠହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା
ଅନୁଗୋଳ: ଛେଣ୍ଡିପଦା ବ୍ଲକ କମ୍ପସଲା ପଞ୍ଚାୟତର କଇଁଛପଦା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଗ୍ରାମରେ ଭକ୍ତିମୟ ପରିବେଶ ମଧ୍ୟରେ ଅଷ୍ଟପ୍ରହର ନାମ ଯଜ୍ଞ ଧୂମଧାମରେ ପାଳିତ ହୋଇଛି। ଗ୍ରାମର ଏହି ଉତ୍ସବ ୨୦ବର୍ଷ ଧରି ଚାଲିଛି।ଏହି ଅବସରରେ ଗ୍ରାମ ଓ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଯୋଗଦେଇ ନାମ ସଙ୍କୀର୍ତନରେ ଭାଗ ନେଇ ପ୍ରଭୃକୃପା ଲାଭ କରିଥିଲେ । ଅଷ୍ଟ ପ୍ରହର ଅହରାତ୍ର ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ନାମଜପ ଓ କୀର୍ତନ ଚାଲିଥିଲା। ଏଥିରେ ପ୍ରାୟ ୩୦ଗୋଟି ନାମ ସର୍କିର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଯାହା କି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।ଯଜ୍ଞ ସମୟରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ଓ ଆରତି ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଦୁରଦୁରାନ୍ତରୁ ଆସିଥିବା ପ୍ରାୟ ଆଠହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଅନୁଷ୍ଠାନ ଓ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମ ଅଞ୍ଚଳରେ ଏକତା ଓ ଭକ୍ତିର ସନ୍ଦେଶ ପ୍ରସାର କରିଥିବା ବେଳେ, ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଉତ୍ସାହ ବୃଦ୍ଧି ପରିପ୍ରକାଶ ହୋଇଥିଲା।ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠାନର ସଭାପତି ସନ୍ତୋଷ ମହାପାତ୍ର, ସାଧାରଣ ସଂପାଦକ ଆଦିତ୍ୟ ଚରଣ ମହାପାତ୍ର, ବିରଞ୍ଚି ମହାପାତ୍ର, ଅରବିନ୍ଦ ମହାପାତ୍ର, ଇଶ୍ଵର ବେହେରା, ବିକାଶ ବେହେରା,ମଳୟ ରଞ୍ଜନ ମହାପାତ୍ର, କାଳିଆ ପ୍ରଧାନ, ସୁମନ୍ତ ପ୍ରଧାନଙ୍କ ସହ ଅନୁଷ୍ଠାନର ସମସ୍ତ ସଦଶ୍ୟ ଓ ଗ୍ରାମବାସୀଙ୍କ ସହାୟତାରେ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଥିଲା।



