ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
଼ତାଳଚେର, ୨୪/୦୩ ଆଜି ତାଳଚେର ପରିବହନ ବିଭାଗ ପକ୍ଷରୁ ଚାଳକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାସ୍ତାରେ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟା ନହେବା, ରାସ୍ତାରେ ବାଇକ ଆରୋହୀମାନେ ହେଲମେଟ ପିନ୍ଧି ଗାଡ଼ି ଚଳାଇବା, ଫୋନ ନିଷେଧ କରିବା, କ୍ଷିପ୍ର ବେଗରେ ଗାଡ଼ି ନଚଳାଇବା, ସିଟ୍ ବେଲ୍ଟ ବାନ୍ଧିବା, ମଦ୍ୟପାନ ନକରି ଗାଡ଼ି ଚଳାଇବା ଇତ୍ୟାଦି କାର୍ଯ୍ୟାଳୟ ପକ୍ଷରୁ ଚାଳକମାନଙ୍କୁ ସଚେତନତା କରାଇବା ସହ ବିନା ହେଲମେଟ ଚଳାଉଥିବା ଚାଳକଙ୍କୁ କାର୍ଯ୍ୟାଳୟ ପକ୍ଷରୁ ହେଲମେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଆରଟିଓ, ଏମଭିଆଇ ତାଳଚେର ହାଟତୋଯା ସ୍ଥିତ ପେଟ୍ରୋଲପମ୍ପ ନିକଟରେ ଜିନ୍ଦଲ କଣିହାଁ ପ୍ଲାଂଟର ଚାଳକକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

April 18, 2026/
No Comments


