କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ମେ ୨୯ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ପେପର-୨ରେ ଆଶାୟୀମାନେ ପରୀକ୍ଷା ଦେବେ। ଏଥିପାଇଁ ଆସନ୍ତା ୨୬ ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ।ମେ ୧୫ରେ ବୋର୍ଡ ୱେବସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ।

April 18, 2026/
No Comments


