
ବନ୍ୟଜନ୍ତୁ ଶିକାର ଉଦ୍ୟମ ଫଣ୍ଡ : ଢେଙ୍କାନାଳ ଜିଲ୍ଲା
ଜେ ବି ଏନ, ୯/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମାନଙ୍କରେ ବନ୍ୟଜନ୍ତୁ ଶିକାର ଥମିବାରେ ନାଁ ଧରୁନି । ନିତିଦିନିଆ ଚଢ଼ାଉ , ଯାଞ୍ଚ ହେଲେ ଶିକାରୀମାନେ ତାଙ୍କର କାର୍ଯ୍ୟକଳାପ ଜାରି ରଖୁଛନ୍ତି । ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସେକ୍ସରେ ବେଆଇନ ଭାବରେ ୧୧କେଭି ବିଦ୍ୟୁତ୍ ସଂଯୋଗ କରି ବନ୍ୟଜନ୍ତୁ ଶିକାର କରିବା ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବନବିଭାଗର କର୍ମଚାରୀମାନେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ରାସୋଳ ଅଞ୍ଚଳର ମାଧପୁର ଭାଲଖାଇସାହି ଜଙ୍ଗଲ ନିକଟରେ ଶିକାରୀମାନେ ଶିକାର କରିବାକୁ ୧୧ କେଭି ବିଦ୍ୟୁତ୍ ତାର ଫାଶ ପକାଇ ସଂଯୋଗ କରି ରଖିଥିଲେ । ବିଭାଗୀୟ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ତାହାକୁ ଠାବ କରି ଶିକାର ଉଦ୍ୟମ ପଣ୍ଡ କରିଛନ୍ତି । ତେବେ ବନବିଭାଗର କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଘଟଣାସ୍ଥଳରୁ ଖସି ପଳାଇ ଥିବା ଜଣାଯାଇଛି । ବନବିଭାଗର କର୍ମଚାରୀମାନେ ବିଦ୍ୟୁତ୍ ସଂଯୋଗକୁ ବିଛିନ୍ନ କରି ଫାଶ ଏବଂ ତାରକୁ ବିଛିନ୍ନ ଜବତ କରିଛନ୍ତି।




