ନାହିଁ ‘ନୋ ଏଂଟ୍ରି’ – ଧୂଳିଧୂଆଁରେ ତାଳଚେର ସହର ଆକ୍ତାମାକ୍ତା
ତାଳଚେର, ୨୭/୦୩ – ତାଳଚେରରେ ବର୍ଷବର୍ଷ ଧରି ପ୍ରଦ୍ୟୁଷିତ ଓ ରାସ୍ତାଘାଟ ଜନିତ ସମସ୍ୟା ରହିଥିଲେ ସୁଦ୍ଧା ତାହାର ନିରାକରଣ ଅଦ୍ୟାବଧି ହୋଇ ନପାରିବା ଏକ ଉଦବେଗ ବିଷୟ ପାଲଟିଛି । ମାତ୍ର ପ୍ରଦ୍ୟୁଷଣ ପାଇଁ କେଇଦିନ ରାସ୍ତାରେ ପାଣି ସିଂଚନ କରାଗଲା କିନ୍ତୁ ଏବେ ପାଣି ସିଂଚନ ତ ଦୂରକଥା ରାସ୍ତାରେ ଉଡ଼ୁଥିବା ଧୂଳିରେ ମୁହଁ ଦିଶୁନି! ଅପରପକ୍ଷେ ଲୋକେ କହନ୍ତି କି ଏଇ କେଇଦିନ ପାଣି ସିଂଚନ କରିବା ଫଳରେ ତାଳଚେର ଅଂଚଳର କ’ଣ ପ୍ରଦ୍ୟୁଷଣ ଆଖି ପିଛୁଳାକେ ଚାଲିଗଲା, ଯାହା ଏବେ ହାଟବଜାରରେ ଶୁଣିବାକୁ ମିଳୁଛି । ତାଳଚେର ବ୍ଲକର ତାଳବେଡ଼ା ଠାରୁ ଚାଇଁପାଳ ଦେଇ ବଅଁରପାଳ ଯାଇଥିବା ଜାତୀୟ ରାଜପଥରେ ଯାତାୟତ କରିବା ଯମଯନ୍ତ୍ରଣା ପାଲଟିଛି । ରାସ୍ତା ପାଶ୍ୱର୍ରେ ରହିଥିବା ଗ୍ରାମାଚଂଳ ଓ ସହରାଚଂଳ ଲୋକେ ଦୀର୍ଘବର୍ଷ ହେବ ରାସ୍ତାରୁ ଉଡ଼ୁଥିବା ପ୍ରଚୁର କୋଇଲା ଗୁଣ୍ଡ ମିଶ୍ରିତ ଧୂଳିଧୂଆଁରେ ଅଣନିଶ୍ୱାସୀ ହେବା ସହିତ ଦୈନନ୍ଦିନ ଦୁର୍ଘଟଣା ଶୀକାର ହେଉଥିବା ଘଟଣା ଅଂଚଳବାସୀଙ୍କୁ ବ୍ୟଥିତ କରି ପକାଉଛି । ଏଠାରେ ପୂର୍ବରୁ ଅନୁଗୋଳ ଜିଲ୍ଳାପାଳ ଜନସାଧାରଣଙ୍କ ସ୍ୱାର୍ଥକୁ ନିଜର ରଖି ଧୂଳିଧୂଆଁ ଟ୍ରାଫିକ ବ୍ୟବସ୍ଥା ନେଇ ନୋ ଏଂଟ୍ରି ଓ ଭାରୀଯାନ ଗୁଡ଼ିକ ୨୦ କିମି ବେଗରେ ଯିବାରୁ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ କି, ଲୋକମାନଙ୍କୁ ସେହି ନୋ ଏଂଟ୍ରି ସମୟରେ ଯାତାୟତ କରିବାକୁ ସୁବିଧା ହେଉଥିଲା । ମାତ୍ର ବର୍ତମାନ ପରିସ୍ଥିତିରେ ଏହାକୁ ହେୟ ଜ୍ଞାନ ମନେକରି ଟ୍ରକ ଗୁଡ଼ିକୁ ଦ୍ରୁତଗତିରେ ଏହି ଜାତୀୟ ରାଜପଥରେ ଚଳପ୍ରଚଳ କରିବାର ଦେଖିବାକୁ ମିଳିଛି । ତେଲ ପକାଇବା ତଥା ମରାମତି କରିବା ନାମରେ ରାଜପଥ ପାଶ୍ୱର୍ରେ ମନଇଚ୍ଛା ରଖିବାକୁ ଯୋଗୁଁ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଉଛି । ଦୈନିକ ଶହଶହ ଟ୍ରକ ଯାତାୟତ ଯୋଗୁଁ ତାଳଚେର ଟ୍ରାଫିକ୍ ବ୍ୟବସ୍ଥା ବିର୍ଯ୍ୟସ୍ତ ସାଙ୍ଗକୁ ୧୩ କିମି ରାସ୍ତାକୁ ଅତିକ୍ରମ କରିବାକୁ ପ୍ରାୟ ୪ରୁ ୫ ଘଂଟା ଲଗାଯାଇଛି । ବେଳେ ବେଳେ ଜରୁରୀକାଳୀନ ଗାଡ଼ି ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ୍, ଅଗ୍ନିଶମ ଗାଡ଼ି ଗୁଡ଼ିକ ମଧ୍ୟ ଏହି ରାସ୍ତାର ଯାଇ ନପାରି ଦୀର୍ଘ ସମୟଧରି ଅପେକ୍ଷା କରୁଥିବା ଲକ୍ଷ୍ୟ କରାଯାଉଛି । ପ୍ରକାଶ ଥାଉକି, ତାଳଚେର ଉପଖଣ୍ଡରେ ବିଭିନ୍ନ କୋଇଲାଖଣି, ଏନଟିପିସି, ଡ଼େରେଙ୍ଗ ଜିନ୍ଦଲ ଆଦି ଶିଳ୍ପାନୁଷ୍ଠାନ ରହିଛି । ଏହି କୋଇଲା ଖଣିରୁ ଓ ଏନଟିପିସି, ଜିନ୍ଦଲରୁ ହଜାର ସଂଖ୍ୟକ କୋଇଲା ଓ ପାଉଁଶ ବୋଝେଇ ଟ୍ରକ ଏହି ଜାତୀୟ ରାଜପଥ ଉପରେ ଚଳପ୍ରଚଳ କରିଥାନ୍ତି । ପଳତଃ ଗୁଡ଼ିକରୁ ଆସୁଥିବା କୋଇଲା ଗୁଣ୍ଡ ମିଶ୍ରିତ ଧୂଳିଧୂଳିଆରେ ପାଉଣା ଏହି ଜାତୀୟ ରାଜପଥରେ ପଡ଼ିବାରୁ ଜାତୀୟ ରାଜପଥଟି ସମ୍ପୂର୍ଣ୍ଣଭାବେ ଧୂଳିଧୂଳିରେ ଆକ୍ତମାକ୍ତା ହୋଇ ପଡ଼ୁଛି । ଜାତୀୟ ରାଜପଥ ଅଣଓସାରିଆ ସାଙ୍ଗକୁ ଏତେ ସଂଖ୍ୟକ ଟ୍ରକ ଚଳାଚଳ ଜନିତ ବ୍ୟାପକ କୋଇଲା ଗୁଣ୍ଡ ମିଶ୍ରିତ ଧୂଳିଧୂଆଁରେ ଦିନ ରାସ୍ତାଘାଟ ଠିକଭାବେ ଦେଖାଯାଇ ନଥାଏ । ଏମାନଙ୍କ ମଧ୍ୟରେ ଯାଇଥିବା ସାଇକେଲ କିମ୍ବା ମଟର ସାଇକେଲ ଆରୋହୀ ପ୍ରଚୁର ଧୂଳିରେ ଅଣନିଶ୍ୱାସୀ ହେବା ସହିତ ଦୁର୍ଘଟଣାର ଶୀକାର ହୋଇଥାନ୍ତି । ଏପରିକି ରାସ୍ତାରପାଶ୍ୱର୍ରେ ତାଳବେଡ଼ା ଗ୍ରାମ ଠାରୁ ଆରମ୍ଭକରି ଚାଳକିଆକୂଟା, ତାଳଚେର କଲେଜ, ବାଇପାସ୍ ଛକ, ବହ୍ଲ. ଥର୍ମାଲ, ଆନନ୍ଦବଜାର, ଚାଇଁପାଳ ପର୍ଯ୍ୟନ୍ତ ଏହି ଉଡ଼ୁଥିବା କୋଇଲା ମିଶ୍ରିତ ଧୂଳି ଗୁଣ୍ଡ ଦ୍ୱାରା ସାଙ୍ଗକୁ ଭାତହାଣ୍ଡି ପଡ଼ୁଥିବା ଅଭିଯୋଗ ହୋଇ ଆସୁଛନ୍ତି । ଏହାର ପ୍ରତିକାର ନିମନ୍ତେ ଅଂଳବାସୀ ଜିଲ୍ଳାପାଳ, ଉପଜିଲ୍ଳାପାଳ ସମେତ ବିଭିନ୍ନ ଫୋରମ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳି ପାରିନି । ଏହି ଜାତୀୟ ରାଜପଥ ଦେଇ ଏହି ଜାତୀୟ ରାଜପଥ ଦେଇ ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ, ଏନଏଚଆଇ ଓ ପ୍ରଦ୍ୟୁଷଣ ବିଭାଗର ବାବୁଭାୟାମାନେ ଚଳପ୍ରଚଳ କରୁଥିଲେ ମଧ୍ୟ ଏହି ସମସ୍ୟାକୁ କିପରି ସମାଧାନ କରିବାକୁ ଚେଷ୍ଟିତ ନାହାନ୍ତି । ତେବେ ତାଳଚେର ଅଂଚଳରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚୁର ରାଜସ୍ୱ ରାଜସ୍ୱ ନେଉଥିଲେ ମଧ୍ୟ ବର୍ଷବର୍ଷ ଧରି ଦୁଇ ପ୍ରମୁଖ ସମସ୍ୟା ପର୍ବବତ୍ ଲାଗି ରହିଛି । ଜିଲ୍ଳା ଖଣିଜ ପାଣ୍ଠିରେ କୋଟିକୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହାକୁ କାହିଁକି ସମସ୍ୟାର ସମାଧାନ କରିବାକୁ ଖର୍ଚ୍ଚ କରାଯାଉ ନାହିଁ ତଥା ନିର୍ବାଚିତ ପ୍ରତିନିଧିମାନେ ଏନେଇ କାହିଁକି ଚୁପ୍ ହୋଇ ବସିଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନ ଜୋରଦାର ଆନ୍ଦୋଳନର ଦାନାବାନ୍ଧୁଛି ।



