ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ

ବାଲିଗୁଡା, ତା, ୧୭/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ,ଏମ,ସି,ଏସ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀ ଙ୍କୁ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ଉପସ୍ଥିତ ରହି ” କିଛି ଛାତ୍ର ଛାତ୍ରୀ ଙ୍କ ସ୍ମୃତି ଆମ ବିଭାଗରେ ସ୍ମୃତି ହୋଇ ରହିଯାଇଛି ” ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଅଧ୍ୟାପକ ବନମାଳୀ ବେହେରା, ଅମୂଲ୍ୟ କୁମାର ସାବତ, ସନ୍ତୋଷ କୁମାର ରଥ ବିଭାଗର ଅଧ୍ୟାପକ ଅଭୟ ପ୍ରଧାନ, ରାହୁଳ ଦିଗାଲ, ଅଧ୍ୟାପିକା ଶ୍ରାବଣୀ ପ୍ରଧାନ, ସନ୍ଧ୍ୟାରାଣୀ କହଁର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଅଧ୍ୟାପକ ରତନ ଦିଗାଲ, ଆକାଶ ଶତପଥୀ, ଭଞ୍ଜ କିଶୋର ସାହୁ, ମନୋଜ ମହାରଣା,ରିଲୁ ପ୍ରଧାନ, ରବିନାରାୟଣ ପାଣିଗ୍ରାହୀ, ସୌରଭ ତ୍ରିପାଠୀ, ଅଧ୍ୟାପିକା ସଂଘମିତ୍ରା ଦାସ, ଅଙ୍କିତା ପ୍ରିୟ ଦର୍ଶିନୀ, ମୀରାମ୍ବିକା, ରଶ୍ମିତା ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନେ ବିତେଇଥିବା ଦୁଇ, ତିନି ବର୍ଷର ସ୍ମୃତିକୁ ସମସ୍ତ ଙ୍କ ଆଗରେ ଉପସ୍ଥାପନ କରିଥିଲେ l ପିଜି ଛାତ୍ର ଚନ୍ଦନ ଦିଗାଲ, ଶୁଚିସ୍ମିତା ପାଣିଗ୍ରାହୀ, ଜୋତିମା କହଁର, ସୋହାନି ପ୍ରଧାନ, ଜସ୍ମିନୀ ପ୍ରଧାନ,ସୁଧୀର ହୋତା, ସୁଲଭ ପ୍ରଧାନ, ଧନଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଛାତ୍ର ଶ୍ରୀରାମ ପ୍ରଧାନ ମଞ୍ଚ ସଂଚାଳନ କରିଥିବା ବେଳେ ଛାତ୍ର ସିଦ୍ଧାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l



