ଫ୍ଲୋରିଡା: ନାସା ଆଜି ଆର୍ଟେମିସ୍ -୨ ଚନ୍ଦ୍ର ମିଶନ୍ ସଫଳତାର ସହ ଉତକ୍ଷେପଣ କରିଛି। ବିଶାଳ SLS ରକେଟ୍ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସକାଳ ୩ଟା ୫୪ରେ ଉତକ୍ଷେପଣ କରାଯାଇଛି। ଏହା ୫୪ ବର୍ଷ ମଧ୍ୟରେ ଚନ୍ଦ୍ରକୁ ମଣିଷକୁ ନେଇଯିବା ପାଇଁ ପ୍ରଥମ ମାନବ ମିଶନ। ଏହି ଉତକ୍ଷେପଣ ସମ୍ପୂର୍ଣ୍ଣ ସଫଳ ହୋଇଥିଲା, ଏବଂ ସମସ୍ତ ଚାରି ଜଣ ମହାକାଶଚାରୀ ସୁରକ୍ଷିତ ଭାବରେ ପୃଥିବୀର କକ୍ଷପଥରେ ପହଞ୍ଚିଥିଲେ।
ସମଗ୍ର ବିଶ୍ୱ ଏହି ଉତକ୍ଷେପଣ ଦେଖିଥିଲା। ଏହି ମିସନରେ ଚାରି ଜଣ ସଦସ୍ୟଙ୍କ କ୍ରୁ ଅଛନ୍ତି। ସେମାନେ ହେଲେ…
ଆର୍ଟେମିସ୍ ୨ ଲଞ୍ଚ ନିର୍ଦ୍ଦେଶକ ଚାର୍ଲି ବ୍ଲାକୱେଲ-ଥମ୍ପସନ ମହାକାଶଚାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ‘ରିଡ୍, ଭିକ୍ଟର, କ୍ରିଷ୍ଟିନା ଏବଂ ଜେରେମି, ଆପଣମାନେ ଏହି ଐତିହାସିକ ମିଶନରେ ଆର୍ଟେମିସ୍ ଦଳର ହୃଦୟ, ଆମେରିକୀୟ ଜନତା ଏବଂ ବିଶ୍ୱବ୍ୟାପୀ ଅଂଶୀଦାରଙ୍କ ସାହସ ଏବଂ ଏକ ନୂତନ ପିଢ଼ିର ଆଶା ଏବଂ ସ୍ୱପ୍ନକୁ ଆପଣଙ୍କ ସହିତ ବହନ କରୁଛନ୍ତି। ଶୁଭକାମନା। ଆର୍ଟେମିସ୍ ୨ ସଫଳ ହେଉ।



