ଭୁବନେଶ୍ୱର – ଆସନ୍ତା ୧୦ତାରିଖରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଅନୁଷ୍ଟିତ ହେବ । ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନେ ରହିବେ ଉପସ୍ଥିତ । ସୂଚନା ମୁତାବକ ଏହି କ୍ୟାବିନେଟରେ ୭ଟି ଏଜେଣ୍ଡା ଉପରେ ହୋଇପାରେ
ଆଲୋଚନା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ । ଏହି ବିଭାଗକ୍ୟାବିନେଟରେ ଉପସ୍ଥାପନ କରିପାରେ ଏକ ନୂଆ ନୀତିର ପ୍ରସ୍ତାବ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣପାଇଁ ପରିଚଳନ ଓ ରକ୍ଷଣାବେକ୍ଷଣ ନୀତି ‘୨୦୨୬’ ବିଭାଗ ଆଣିପାରେ । ଏହି ନୀତି ଆଣିବାର ମୁଖ୍ୟ ଲକ୍ଷ୍ୟ ବିଭାଗ ରଖିଛି କିରାଜ୍ୟବାସୀଙ୍କୁ ଘରେ ଘରେ ଜଳ ପ୍ରଦାନ କରି ଜଳକଷ୍ଟ ସମସ୍ୟାରୁ ଦୂରିଭୂତ କରିବା ପାଇଁ ।ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନବିଭାଗ ଭଳି ଅନେକ ବିଭାଗର କ୍ୟାବିନେଟରେ ଆସିପାରେ ପ୍ରସ୍ତାବ ।



