ଗ୍ରାମବାସୀଙ୍କ ପକ୍ଷରୁ ରୁମଟା କମ୍ପାନୀକୁ ବିରୋଧ
ତାଳଚେର, ୧୨/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଂଚାୟତରେ ଗତକାଲି ସନ୍ଧ୍ୟା ସମୟରେ ରୁମଟା କମ୍ପାନୀର ଡ଼୍ରିଲିଙ୍ଗ ମେସିନ୍ର ଏକ ଟ୍ରକ ବୋରୱେଲ ନିମନ୍ତେ ସରେଇଲୋ ଗ୍ରାମକୁ ଯାଇଥିଲା । ଏହି ଖବର ପାଇବା ପରେ ଧରମପୁର ପଂଚାୟତର ଖଇରାପାଳ, ସରେଇଲୋ ଓ ଧରମପୁର ଗ୍ରାମ ଶତାଧିକ ପରୁଷ, ମହିଳାମାନେ ସେଠାରେ ପଂହଚି ଗାଡ଼ି ଓ ଚାଳକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ । ଗତ ୯ତାରିଖ ଦିନ ୩ଟି ଗ୍ରାମରୁ ୫ଶହରୁ ଅଧିକ ପୁରୁଷ, ମହିଳା ଉପଜିଲ୍ଳାପାଳ, ତହସିଲଦାର, ଏସଡ଼ିପିଓ ଓ ରୁମଟା କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା ହେବାପରେ ଉପଜିଲ୍ଳାପାଳ କମ୍ପାନୀକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିବାପରେ ସହମତିକ୍ରମେ ଡ଼୍ରିଲିଙ୍ଗ କାର୍ଯ୍ୟ ହୋଇପାରିବ ବୋଲି ନିଷ୍ପତି ହୋଇଥିଲା । କମ୍ପାନୀ କେବଳ କିଛି ଲୋକଙ୍କ ସହ ଆଲୋଚନା କରି ସନ୍ଧ୍ୟା ସମୟରେ ଡ଼୍ରିଲିଙ୍ଗ କରିବାକୁ ମେସିନ ଆଣୁଥିବା ବେଳେ ଲୋକେ ଉତ୍ୟକ୍ତ ହୋଇ ଡ଼୍ରିଲିଙ୍ଗ ମେସିନ ସହ ଚାଳକଙ୍କୁ ଅଟକାଇ ରଖିôତଲେ ବୋଲି ଗ୍ରାବାସୀଙ୍କ ପକ୍ଷରୁ ଜଣାପଡ଼ିଛି । ତେବେ ଅନେକ ସମୟ ଧରି ଗାଡ଼ିକୁ ଅଟକାଇବା ପରେ ମଧ୍ୟ ରୁମଟା କମ୍ପାନୀର କୌଣସି ଅଧିକାରୀ ଘଟଣା ସ୍ଥଳକୁ ପଂହଚିନଥିଲେ । ପୋଲିସ ସହାୟତାରେ କମ୍ପାନୀ ମେସିନ ଓ ଚାଳକଙ୍କୁ ନେବାକୁ ଆସିଥିବା ବେଳେ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ପଂଚାୟତବାସୀମାନେ ଏକ ଚୁକ୍ତି କରିଥିଲେ ଯେ, ପୁନର୍ବାର ପଂଚାୟତ ସ୍ତରରେ କୌଣସି ନିଷ୍ପତି ନହେବା ପର୍ଯ୍ୟନ୍ତ ରୁମଟା କମ୍ପାନୀ ଗ୍ରାମରେ ପ୍ରବେଶ କରିପାରିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୃତି ମିଳିବାପରେ ଡ଼୍ରିଲିଙ୍ଗ ମେସିନକୁ ଛଡ଼ା ଯାଇଥିଲା ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି ।



