
ଜମ୍ବୁବନ୍ଧ ଛକ ନିକଟରେ କାର ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର

ଜେ ବି ଏନ, ୧୦/୧୨ /୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ପଞ୍ଚାୟତ ବରସାହିର ଶ୍ରୀକାନ୍ତ ବେହେରା ଓ ମୁନା ସାହୁ ଆଜି ନିଜ ବାଇକ ଯୋଗେ ଅନୁଗୁଳ ଯାଇଥିଲେ। ନିଜ ଭାଇଙ୍କ ରିଙ୍ଗ ସେରୀମନି ଅବସରରେ କେକ ଆଣିବା ପାଇଁ ସେ ଅନୁଗୁଳ ଯାଇଥିଲେ। ଫେରୁଥିବା ସମୟରେ ଅନୁଗୁଳ ଥାନା ଜାମ୍ବୁବନ୍ଧ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖସି ପଳେଇଥିଲା। ଘଟଣାସ୍ଥଳରେ ବରସାହିର ମୁନା ସାହୁଙ୍କର ମୃତ୍ୟୁ ଘଟିଥିବା ବେଳେ ଶ୍ରୀକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ନିଆଯାଇଥିଲଶ। ପରେ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।




