
ଡିସେମ୍ବର 11 ରେ ଆନ୍ତର୍ଜାତିକ ଭାରତୀ ମହୋତ୍ସବ, 2020 କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଜେ ବି ଏନ, ୧୦/୧୨ /୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର 11, 2020, ଅପରାହ୍ନ 04:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆନ୍ତର୍ଜାତିକ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିବେ। ଏହି ବର୍ଷ ଅନଲାଇନ ଜରିଆରେ ଏହି ଉତ୍ସବର ଆୟୋଜନ କରାଯାଉଛି ଏବଂ ଏଥିରେ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ କବି ଏବଂ କଳାକାରମାନେ ଅଂଶଗ୍ରହଣ କରିବେ। ମହାକବି ସୁବ୍ରମଣ୍ୟମ ଭାରତୀଙ୍କ 138 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ, ଭାନାଭିଲ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ଏହି ଉତ୍ସବର ଆୟୋଜନ କରାଯାଉଛି |



