ପ୍ରାଣୀ ଚିକିତ୍ସାଳୟ ଭଟଲି ର ନୂତନ ଗୃହ ଉତଘାଟନ

ଭଟଲି (ଅଭିମନ୍ୟୁ ପଧାନ ):- ବରଗଡ ଜିଲ୍ଲା ଭଟଲି ବ୍ଲକ ରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ଉତଘାଟନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇ ଫିତା କାଟି ଗୃହ ଉତଘାଟନ କରିଥିବା ବେଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼କ୍ଟର ନିଗମାନନ୍ଦ ପାଢ଼ି ଗୃହ ପବେଶ ପୂଜା ରେ କର୍ତା କାର୍ଯ୍ୟ ନିର୍ବାହ କରିଥିଲେ l

ପରେ ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷିଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଗଷ୍ଠୀ ପ୍ରାଣୀ ଚିକିତ୍ସକ ଶ୍ରୀମାନ କୌଟିଲ୍ୟ ମିଶ୍ର ସଭାପତିତ୍ବ କାର୍ଯ୍ୟ ତୁଲାଇ ଥିବା ବେଲେ ସମନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀମନ ନିଗମନନ୍ଦ ପାଢ଼ି, ସାଂସଦ ପ୍ରାଥୀ ଶ୍ରୀମାନ ଶୁରେଶ୍ୱର ଶତପଥି ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଅକ୍ଷୟ ମହାଳିଙ୍ଗ,ଅତିରିକ୍ତ ତହସିଲଦାର ଭୂପେଶ୍ୱର ପାଢ଼ି ଯୋଗଦେଇ ସଭାର ମାନ ବଢ଼ାଇଥିଲେ l

ଶ୍ରୀମାନ ମହାଲିଙ୍ଗ ଗୋପାଲନ, ମାଛ ଚାଷ, କୁକୁଡ଼ା ଚାଷ , ଛେଳି ଚାଷ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ l ଅବସର ପ୍ରାପ୍ତ ପ୍ରଣୀଧନ ନିରୀକ୍ଷକ ନରେନ୍ଦ୍ର ପଣ୍ଡା, ପ୍ରଣୀଧନ ନିରୀକ୍ଷକ ଯଶୋବନ୍ତ ସାହୁ, ସୁଶାନ୍ତ ମେହେର, ରମେଶ ବାରିକ, ଗୁରୁଦତ୍ତ ସାହୁ, ମଞ୍ଜନ ନାଏକ, ସମୀର ଭୋଇ , ଅରବିନ୍ଦ ନାଏକ, ଲକ୍ଷଣ ବେହେରା , ମନୋଜ ବାରିକ , ଝରଣା ବାରିକ , ଜୟନ୍ତୀ ଖମାରୀ ପ୍ରମୁଖ ସହଯୋଗ କରିଥିଲେ l ଆଖ ପାଖ ଅଂଚଳ ର ବହୁତ ଚାଷୀ ଯୋଗଦେଇ ଥିବା ବେଲେ ପଶୁ ଚାଷ ପାଇଁ ଦରଖାସ୍ତ ଦେଇଥିଲେ l ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l




