ବାବା ସାହେବ ଡଃ.ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।
ଅନୁଗୋଳ,ତା.୧୪.୪:- ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୫ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ବଅଁରପାଳ ସେବାଶ୍ରମ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସେବାଶ୍ରମ ପରିସରରେ ଆୟୋଜିତ ଊତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଉପସ୍ଥିତ ଛାତ୍ରୀମାନଙ୍କୁ ବାବା ସାହେବ ଆମ୍ବେଦକରଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ । ଉପଯୁକ୍ତ ଜ୍ଞାନ ଓ ବିଦ୍ୟା ଅର୍ଜନ କରି କଠିନ ପରିଶ୍ରମ ଓ ନିଜର ଅଧ୍ୟବସାୟ ବଳରେ ନିଷ୍ଠାର ସହିତ କର୍ତ୍ତବ୍ୟ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜ ସେବା କ୍ଷେତ୍ରରେ ଓ ସମ୍ବିଧାନ ପ୍ରଣୟନରେ ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇବା ସହ ତାଙ୍କ ଜୀବନୀ ଆସନ୍ତା ପିଢି ପାଇଁ ପ୍ରେରଣା ଦାୟକ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା ଯୋଗ ଦେଇ ଆମ୍ବେଦକରଙ୍କ ଅବଦାନ ଆମ ସମସ୍ତଙ୍କ ପାଇଁ ଚିର ନମସ୍ୟ,ଏଣୁ ଆମେ ସମସ୍ତେ ପାଠ ପଢି ଦେଶର ବିକାଶରେ ନିଜକୁ ନିୟୋଜିତ କରିବା ନିମନ୍ତେ ସେ ମତବ୍ୟକ୍ତ କରି କରିଥିଲେ । ଏହି ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଆମ୍ବେଦକରଙ୍କ ଜୀବନୀ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶକୁନ୍ତଳା ପ୍ରିୟଦର୍ଶିନୀ, ସେବାଶ୍ରମର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୀର କୁମାର ବେହେରାଙ୍କ ସମେତ ସେବାଶ୍ରମର କର୍ମଚାରୀ ଓ ଛାତ୍ରୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଊପସ୍ଥିତ ଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
