ଭୁବନେଶ୍ୱର: ଏସ୍ଆଇ ପରୀକ୍ଷା ସ୍କାମରେ ସିବିଆଇର ବଡ଼ ଆକ୍ସନ । ଏସ୍ଆଇ ପରୀକ୍ଷା ସ୍କାମ ମାମଲାରେ ଫେରାର ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ସହ ସମ୍ପୃକ୍ତ ଅନଲାଇନ ପରୀକ୍ଷା ସେଣ୍ଟର ଉପରେ ସିବିଆଇର ପ୍ରଥମ ଚଢ଼ାଉ । ଟେକ୍ନୋ ସ୍କୁଲ କ୍ୟାମ୍ପସ ଭିତରେ ଚାଲିଛି ଏହି ଚଢ଼ାଉ । ପ୍ରାୟ ୨୦ଜଣିଆ ସିବିଆଇ ଟିମ୍ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ବ୍ୟାପକ ତଦନ୍ତ କରୁଛି ।
ଏହି ସ୍କାମ ସହ ସମ୍ପୃକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ ସହିତ ୧୭ଜଣ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ୧୫ଲକ୍ଷ ଟଙ୍କା ନେଇ ପରୀକ୍ଷାର୍ଥୀ ମାନଙ୍କର ରୋଲ ନମ୍ବରକୁ ପୁନଃ ସମୟ ନିର୍ଦ୍ଧାରଣ ଅର୍ଥାତ ରିସିଡ୍ୟୁଲ କରାଯାଇ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ ଏହି ସେଣ୍ଟରକୁ ପରୀକ୍ଷା ଦେବାକୁ ଆଣାଯାଉଥିଲା । ପୂର୍ବରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା ବେଳେ ସେଥିରୁ ସମଗ୍ର ଘଟଣାର ଗୁପ୍ତ ତଥ୍ୟ ବାହାରକୁ ଆସିଥିଲା ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
