ଆମେରିକା ସେନା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବା ପାଇଁ ୫ ହଜାର ମାରିନ୍ ସୈନିକ, ବିଧ୍ୱଂସକ ଜାହାଜ ଏବଂ ସୋନାର୍ ଜାହାଜ ମୁତୟନ କରିଛି। ଏହି ନୌବାହିନୀରେ USS ତ୍ରିପୋଲି (LHA 7) ଭଳି ଜାହାଜ ଅନ୍ତର୍ଭୁକ୍ତ, ଯାହା ଆରବ ସାଗରରେ ରଖାଯାଇଛି। ପଞ୍ଚମ ପିଢ଼ିର F-35B ଲାଇଟନିଂ II ଲଢ଼ୁଆ ବିମାନ ଏବଂ MV-22 ospreys ଏୟାରକ୍ରାପ୍ଟ ଏହି ଜାହାଜରେ ନିୟୋଜିତ କରାଯାଇଛି।
ଆମେରିକାର ସେନାର ଲକ୍ଷ୍ୟ ଧୀରେ ଧୀରେ ହର୍ମୁଜ୍ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା। ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଣାଳୀରେ ପ୍ରବେଶ କରୁଥିବା କିମ୍ବା ବାହାରୁଥିବା ସମସ୍ତ ଜାହାଜକୁ ବନ୍ଦ କରିଦିଆଯିବ। ଏହି ଅବରୋଧ ଯଦି ସଫଳ ହୁଏ, ତେବେ ଇରାନ ପାଇଁ ବିପର୍ଯ୍ୟୟକାରୀ ସାବ୍ୟସ୍ତ ହୋଇପାରେ। ଇରାନର ତୈଳ ଏବଂ ଗ୍ୟାସ୍ ଯୋଗାଣକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯିବ। ଫଳରେ ଏହା ଯୁଦ୍ଧ-ବିଧ୍ୱସ୍ତ ଇରାନର ଅର୍ଥନୀତିକୁ ପଙ୍ଗୁ କରିଦେବ। ଅପରପକ୍ଷରେ ଇରାନ ଏହାକୁ କୌଣସି ଶୁଳ୍କ ନ ଦେଲେ ଖୋଲିବାକୁ ମନା କରିଛି।
ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) କହିଛି ଯେ ଅବରୋଧ ଭାରତୀୟ ମାନକ ସମୟ ପ୍ରାୟ ସା ୭ଟା ୩୦ରେ ଆରମ୍ଭ ହୋଇଥିଲା। ଏହା ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ, ଆରବ ଉପସାଗର ଏବଂ ଓମାନ ଉପସାଗର ସମେତ ପ୍ରବେଶ କରୁଥିବା କିମ୍ବା ପ୍ରସ୍ଥାନ କରୁଥିବା ସମସ୍ତ ଜାହାଜ ବିରୁଦ୍ଧରେ ନିରପେକ୍ଷ ଭାବରେ ଲାଗୁ କରାଯିବ। କମାଣ୍ଡ ଆହୁରି ସ୍ପଷ୍ଟ କରିଛି ଯେ ଆମେରିକୀୟ ସେନା ଅଣ-ଇରାନ ବନ୍ଦରକୁ କିମ୍ବା ସେଠାରୁ ଯାତ୍ରା କରୁଥିବା ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ଅଟକାଇବ ନାହିଁ।
ସମସ୍ୟା ହେଉଛି ଯଦି ଇରାନ ଆମେରିକୀୟ ଯୁଦ୍ଧଜାହାଜ ଉପରେ ଗୁଳି ଚଳାଇବା ଆରମ୍ଭ କରେ, ତେବେ ଅସ୍ତ୍ରବିରତି ଭଙ୍ଗ ହେବ। ଯାହା ପୁଣି ଏକ ନୂଆ ଯୁଦ୍ଧ ଆରମ୍ଭ କରିବ। ହୁଏତ ଆମେରିକା ଏହା କରିବାକୁ ଚାହୁଁଛି ବୋଲି କୁହାଯାଉଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
