ମାର୍କେଟରେ ବିକ୍ରି ହେଉଥିବା ଜଳର ସୁଦ୍ଧତା ଉପରେ ପ୍ରଶ୍ନ?
ତାଳଚେର, ୨୩/୦୪ ଗ୍ରୀଷ୍ମଋତୁରେ ବଢ଼ି ଚାଲିଛି ପାଣି ଚାହିଦା । ଜନସଂଖ୍ୟା ସହିତ ଭୌଗଳିକ କଳବର ଅନୁଯାୟୀ ବ୍ୟବସାୟୀକ ପ୍ରତିଷ୍ଠାନ ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇଛି । ସହର ସହ ବିଭିନ୍ନ ଗ୍ରାମାଚଂଳରୁ ଦୈନିକ ହଜାର ହଜାର ଲୋକଙ୍କ ସହରକୁ ଆତଯାତ ଲାଗି ରହିଛି । ପନିପରିବା ଠାରୁ ବିଭିନ୍ନ ଦ୍ରବ୍ୟ କ୍ରୟ ବିକ୍ରୟ ସକାଶେ ସକାଳୁ ରାତିଯାଏ ସହରରେ ଗହଳ ଚହଳ ଲାଗି ରହୁଛି । ଏସବୁ ସତ୍ୱେ ଔଷଧ ପତ୍ର, ଖାଦ୍ୟପଦାର୍ଥ ଓ ବିଶୁଦ୍ଧ ପାନୀୟଜଳ ଆଦି ଆବଶ୍ୟକ ସେବାରେ ଅନ୍ତର୍ଭୂକ୍ତ ଥିବା ବେଳେ ଏବେ ନକଲି ବ୍ରାଣ୍ଡର ପାଣି ବ୍ୟବସାୟୀଙ୍କ ଏବେ ପୁଷମାସ ପାଲଟିଛି । ବ୍ୟବସାୟ ବଢ଼ିବା ଯୋଗୁଁ ଦିନକୁ ଦିନ ନକଲି ବ୍ରାଣ୍ଡର ପାଣିବୋତଲ ବିକ୍ରି ମଧ୍ୟ ବୃଦ୍ଧି ପାଇଥିବା ବେଳେ ଏହି ଅବାଧ କାରବାର ସହରରେ ମୁଖ୍ୟ ରାସ୍ତା ଗୁଡ଼ିକ ସମେତ ବିଭିନ୍ନ ଗଳିକନ୍ଦିରେ ଥିବା ଚା’ପାନ ଦୋକାନ, ଜଳଖିଆ ଦୋକାନ, ହୋଟେଲ, ରେଷ୍ଟୁରାଂଟ୍ ଓ ଫାଷ୍ଟଫୁଡ଼ ଦୋକାନ ଗୁଡ଼ିକରେ ବହୁଳ ଭାବରେ ନକଲି ବ୍ରାଣ୍ଡର ପାଣିବୋତଲ ଏବଂ ପାଣିଜାରକିନ୍ ଖୁଲମଖୁଲା ଉପଲବ୍ଧ ହେଉଛି । ବିଭିନ୍ନ ଗାଁ ଦାଣ୍ଡରେ ମଧ୍ୟ ଏଭଳି ନକଲି ବ୍ରାଣ୍ଡର ପାଣି ବୋତାଲ ସହ ନିସିଦ୍ଧ ହୋଇଥିବା ପାଣିପାଉଚ ମଧ୍ୟ ସୁବିଧା ଓ ସହଜରେ ମିଳିପାରୁଛି । ବିବାହ, ବ୍ରତଘର, ସୁଦ୍ଧିକ୍ରିୟା, ଏକୋଶିଆ ଇତ୍ୟାଦି କାର୍ଯ୍ୟକ୍ରମ ଗୁଡିକରେ ମିଳୁଛି କୋଡ଼ିଏ ଲିଟରିଆ ପାଣି ଜାରକିନ୍; କିନ୍ତୁ ଏସବୁର ଗଣାତ୍ମକ ମାନ ଜାଣିବା ଦୂରେ ଥାଉ କିନ୍ତୁ ଦୋକାନୀକୁ ୫ଟଙ୍କା କିମ୍ବା ୧୦ଟଙ୍କା ଓ ୨୦ଟଙ୍କା ବଢ଼ାଇଲେ ମିଳି ଯାଉଛି ବିଭିନ୍ନ ପ୍ରକାରର ପାଣି ବୋତଲ । କିଛି ହାତଗଣତି ପାଣି ଫ୍ୟାକ୍ଟିରୀ ଗ୍ରାହକ ଲାଗି ସଚେତନ ଓ ସତର୍କତା ପୂର୍ବକ ବିଶୁଦ୍ଧ ଗୁଣବତା ପାଣି ପ୍ରସ୍ତୁତ କରୁଥିବା ବେଆଇନ୍ ଭାବେ ଏବେ ଛତୁ ଫୁଟିଲା ଭଳି ମାଳମାଳ ନକଲି ବ୍ରାଣ୍ଡ ପାଣି ବୋତଲ ପ୍ରସ୍ତୁତକାରୀ ବ୍ୟବସାୟୀ ମୁଣ୍ଡ ଟେକିଥିବା ଜଣାଡପଡ଼ିଛି । ସ୍ଥାନୀୟ ସହର ସମେତ ଆଖାପାଖ ଅଂଚଳରେ ଏଭଳି ଅସାଧୁ କାରବାରରେ ଚେର ଲମ୍ବିଥିବା ବେଳେ ସିଧାସଳଖ ଗ୍ରାହକ ଠକାମୀର ଶୀକାର ହେଉଥିବା ବେଳେ ପ୍ରଶାସନର ତଳିଆ କର୍ମଚାରୀ ଠାରୁ ଆରମ୍ଭକରି ଉପର ହାକିମ ଯାଏ ସବୁ ଜାଣି ନଜାଣିଲା ପରି ଅଭିନୟ କରୁଛନ୍ତି । ପ୍ରଶାସନ ନିଷ୍କ୍ରିୟତାର ଫାଇଦା ନେଇ ନକଲି ପାଣି ପ୍ରସ୍ତୁତକାରୀ ବ୍ୟବସାୟୀ ଆଇନକାନୁନ ଦଳିମକଚି ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପର ପଡ଼ୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚୁର ଟିକସ ଫାଙ୍କି ଦୈନିକ ହଜାର ହଜାର ଟଙ୍କାର କଳା ବ୍ୟବସାୟ କାୟା ବିସ୍ତାର କରୁଥିବା ବେଳେ ନକଲି ବ୍ରାଣ୍ଡ ଏବେ ଅସଲି ବିଶୁଦ୍ଧ ପାଣି ବୋତଲ ରୂପେ ପରିଚୟ ସୃଷ୍ଟି କରିଛି । ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତକୁ ଦୃଷ୍ଟିରୁ ଜିଲ୍ଳା ଓ ସ୍ଥାନୀୟ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଚର୍ଚ୍ଚା ହେଉଛି ।

April 23, 2026/
No Comments


