ଭୁବନେଶ୍ୱର: ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର ୬ ଷ୍ଟାଡିୟମଙ୍କୁ ଏନଜିଟି ଛାଟ। ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା କହିଛନ୍ତି ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ ନ କରିବା ଓ ଆବଶ୍ୟକ ସୂଚନା ନଦେବା ଅଭିଯୋଗରେ ଗତ ୧୬ ତାରିଖରେ ନୋଟିସ୍ ଜାରି କରାଯାଇଛି ।
ନୋଟିସ୍ ଜାରି ହୋଇଥିବା ୬ଟି ଷ୍ଟାଡିୟମ ହେଉଛି- କଟକ ବାରବାଟୀ ଷ୍ଟାଡିୟମ, ଦିଲ୍ଲୀ ଅରୁଣ ଜେଟଲି ଷ୍ଟାଡିୟମ୍, ରାୟପୁରର ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍, ଜୟପୁରରେ ସୱାଇ ମାନସିଂହ ଷ୍ଟାଡିୟମ୍, ନଭିମୁମ୍ବାଇର ଡକ୍ଟର ଡି.ୱାଇ. ପାଟିଲ୍ ଷ୍ଟାଡିୟମ୍ ଓ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ ।
ଏହି ଷ୍ଟାଡିୟମ୍ ଗୁଡ଼ିକର ସମସ୍ତ କାର୍ୟ୍ୟକଳାପ କାହିଁକି ବନ୍ଦ କରାଯିବ ନାହିଁ ତାହାର ଜବାବ ରଖିବାକୁ ଏନଜିଟି ନୋଟିସ୍ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ଅନୁସାରେ, ଏହି ଛଅଟି ଷ୍ଟାଡିୟମ୍ ରେ ସମସ୍ତ କାର୍ୟ୍ୟକଳାପ ବନ୍ଦ କରିବା ଉଚିତ୍ ଏବଂ ସେଠାରେ କୌଣସି କ୍ରୀଡ଼ା କାର୍ୟ୍ୟକଳାପକୁ ଅନୁମତି ଦିଆନଯାଉ ।
କାରଣ ସେମାନେ ପିଚ୍ ଏବଂ ଗ୍ରାଉଣ୍ଡ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳ ବ୍ୟବହାର କରୁଛନ୍ତି । ପ୍ରତିକ୍ରିୟାକୃତ ଜଳ ବ୍ୟବହାର କିମ୍ବା ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରୁନାହନ୍ତି । ଫଳରେ ପାନୀୟ ଜଳ ଗୁରୁତର ଭାବେ ପ୍ରଭାବିତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ୨୬ଟି ଷ୍ଟାଡିୟମ୍ ମଧ୍ୟରୁ ୨୪ଟିରେ ବୋରୱେଲ୍ ରହିଥିବା ବେଳେ ମାତ୍ର ଚାରିଟିରେ ଆବଶ୍ୟକ ଏନଓସି ରହିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

