ପୌରପରିଷଦ ମଧ୍ୟରେ ରହିଥିବା ୩ଟି ପାଠାଗାର କାହା ସ୍ୱାର୍ଥପାଇଁ ବନ୍ଦ ହୋଇ ପଡ଼ି ରହିଛି ।
ତାଳଚେର, ୨୫/୦୪ ତାଳଚେର ପୌରପରିଷଦ ମଧ୍ୟରେ ଦୀର୍ଘବର୍ଷରୁ ରହିଥିବା ପୌରପରିଷଦ ପକ୍ଷରୁ ରାମଚନ୍ଦ୍ର ବଜାର, ହାଟତୋଟା ସ୍ଥିତ ପ୍ରଜାମଣ୍ଡଳଭବନ ଓ ନୂଆଁ ବସଷ୍ଟାଣ୍ଡରେ ଦୀର୍ଘବର୍ଷ ହେବ ପାଠାଗାର ଚାଲୁଥିଲା । ଏଥିରେ ସମସ୍ତ ପ୍ରକାର ମୁନିଋଷି, ବହୁ ପ୍ରତିଷ୍ଠିତ ଲେଖକ, ଲେଖିକା ଏପରିକି ସମସ୍ତ ଖବରକାଗଜ ପାଠଗାରକୁ ଆସିଥାଏ । ଏହି ପାଠାଗାରକୁ ଦୈନିକ ଶହଶହ ପାଠକ ବିଭିନ୍ନ ପ୍ରକାର ପୁସ୍ତକ ଓ ଖବରକାଗଜ ପଢ଼ିବା ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ପୁସ୍ତକ ପଢ଼ି ଶିକ୍ଷାଲାଭ କରିଥାନ୍ତି । ମାତ୍ର ଏପରିକ କ’ଣ ହେଲା ଯେ, ୩ଟି ଯାକ ପାଠାଗାରକୁ ବନ୍ଦକରି ଦିଆଗଲା ଓ ସେଥି ମଧ୍ୟରେ ଯେଉଁ ଲକ୍ଷାଧିକ ଟଙ୍କାର ପୁସ୍ତକ ରହିଥିଲା ତାହା ଏବେ କୁଆଡ଼େ ଗଲା ବୋଲି ପ୍ରଶ୍ନର ଉତର କାହା ପାଖରେ ନାହିଁ । ଏହି ପାଠାଗାର ଗୁଡ଼ିକ ପୌରପରିଷଦ ଗଢ଼ା ହେବା ପରଠାରୁ ଲୋକଙ୍କ ସ୍ୱାସର୍ଥକୁ ଦୃଷ୍ଟିରେ ରଖି ସରକାର ଏହାର ଭିତିଭୂମି ନିର୍ମାଣ କରିଥିôଲେ । ଏଥିରେ ବହୁ ଗରୀବ ଲୋକ ମଧ୍ୟ ଉପକୃତ ହୋଇପାରୁଥାଏ ବୋଲି କୁହାଯାଇଥାଏ । ଫାଷ୍ଟଗେଟ୍ ରାମଚନ୍ଦ୍ର ବଜାର ମଧ୍ୟରେ ଯେଉଁ ପାଠାଗାର ରହିଥିଲା ସେହି ଗୃହଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବେଳେ ତାକୁ ମରାମତି କରିି ପାଠାଗାର କରିବା ପରିବତେ ଏକ ବ୍ୟବସାୟୀକୁ ଭଡ଼ା ସୂତ୍ରରେ ଦିଆଯାଇଥିବା କୁହାଯାଉଛି । ସେହି ପାଠାଗାରରେ ଯେଉଁ ପୁସ୍ତକ ଗୁଡ଼ିକ ରହିଥିଲା କେଉଁଆଡ଼େ ଉଭାନ ହୋଇଗଲା, ସେହିପଭଳି ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ମଧ୍ୟରେ ଯେଉଁ ପାଠାଗାର ରହିଥିଲା ଏବଂ ସେଥିରେ ଯେଉଁ ପୁସ୍ତକ ରହିଥିଲା ତାହା ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ ଓ ବସଷ୍ଟାଣ୍ଡ ମଧ୍ୟରେ ଯେଉଁ ପାଠାଗାର ଥିଲା ତାକୁ କାହିଁକି ଓ କାହା ସ୍ୱାର୍ଥପାଇଁ ବନ୍ଦ କରି ଦେଇ କୁଆଡ଼େ ଏକ ବ୍ୟବସାୟୀକୁ ଭଡ଼ାସୂତ୍ରରେ ଦିଆଗଲା ବୋଲି ଚର୍ଚ୍ଚା ଯୋର ଧରିଛି । ସେଥିରେ ଥିବା ପୁସ୍ତକ କେଉଁଆଡ଼େ ଉଭାନ ହୋଇଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏହି ୩ଟି ଯାକ ପାଠଗାର କାହା ସ୍ୱାର୍ଥପାଇଁ ବନ୍ଦହୋଇ ପଡ଼ି ରହିଛି ଓ ଆଗାମୀ ଦିନରେ ଏହାର ରୂପରେଖ କ’ଣ ହେବ ତାକୁ ନେଇ ସହରବାସୀମାନେ ଏବେ ଚିନ୍ତା ପ୍ରକଟ କରୁଛନ୍ତି ।



