୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କଲ୍ୟାଣୀମଣ୍ଡପର ଉଦଘାଟନ କେବେ!
ତାଳଚେର, ୨୫/୦୪ ଗ୍ରାମ୍ୟ ଉନ୍ନୟନ ବିଭାଗ ତାଳଚେର ପୌରପରିଷଦ ମଣ୍ଡାପାଳ ଠାରେ ୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କୋଠାଘର ନିର୍ମାଣ ଭିତିପ୍ରସ୍ତର ସ୍ଥାପନ ଗତ ତା ୨୬/୧୧/୨୦୨୩ରିଖ ସ୍ୱତନ୍ତ୍ର ଅତିଥି ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ସମ୍ମାନୀୟ ଅତିଥି ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ଶୁଭସ୍ମିତା ପ୍ରଧାନଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିତିପ୍ରସ୍ତର ସ୍ଥାପନ ପରେ ଗୃହକାର୍ଯ୍ୟ ନିର୍ମାଣ ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି ବର୍ତମାନ ସୁଦ୍ଧା ଏହି କଲ୍ୟାଣୀମଣ୍ଡପର ଶୁଭଉଦଘାଟନ କାହିଁକି ଓ କାହା ସ୍ୱାର୍ଥରେ ହୋଇପାରିନଥିବା ସହରବାସୀଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟପ୍ରସଙ୍ଗ ହୋଇଛି । ଆଜକୁ ୬ମାସ ପୂର୍ବରୁ ଏହି କଲ୍ୟାଣୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଓ ରଙ୍ଗବୋଳା ଏବଂ ସମସ୍ତ କାର୍ଯ୍ୟ ସରି ଯାଇଛି । ଲୋକଙ୍କ ସୁବିଧା ପାଇଁ ବହୁ ବର୍ଷ ପୂର୍ବରୁ ଗୋପବନ୍ଧୁ ଟାଉନହଲ ନିର୍ମାଣ କରାଯାଇଥିଲା । ସେଥିରେ ସର୍ବସାଧାରଣ ନିଜର ମାଙ୍ଗଳିକ କାର୍ଯ୍ୟକ୍ରମ କରି ଆସୁଥିଲେ । ମାତ୍ର ଏହା ଜରାଜିର୍ଣ୍ଣ ଅବସ୍ଥା ହୋଇଯିବାରୁ ଏହାକୁ ଭାଙ୍ଗି ନୂତନ ଟାଉନହଲ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପୌରପରିଷଦ ପକ୍ଷରୁ ଲୋକମାନେ ସେମାନଙ୍କର ମାଙ୍ଗିଳିକ କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ କରିପାରିବେ ତଦ୍ ଅନୁଯାୟୀ ମଣ୍ଡାପାଳ ଠାରେ ଏକ କଲ୍ୟାଣୀ ମଣ୍ଡପ କରାଗଲା । ସହର ମଧ୍ୟରେ ୱାର୍ଡ଼ ଗୁଡ଼ିକ ସଂର୍କୀର୍ଣ୍ଣ ହେବାରୁ ଲୋକମାନେ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥଳେ ଅଂଚଳବାସୀ ନିଜର ମାଙ୍ଗିଳିକ କାର୍ଯ୍ୟକ୍ରମ, ସଭାସମିତି ପାଇଁ ଘରୋଇ ମଣ୍ଡପକୁଯାଇ ବହୁ ଖର୍ଚ୍ଚାନ୍ତ ହେଉଥିବା ବେଳେ ଯଦି ଏହି ୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କଲ୍ୟାଣୀ ମଣ୍ଡପ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହୁଅନ୍ତା ତେବେ ନିଶ୍ଚିତଭାବେ କାର୍ଯ୍ୟାଳୟର ଆଭିମୁଖ୍ୟ ପୂରଣ ହେବା ସହ ଲୋକମାନେ ମଧ୍ୟ ଉପକାର ପାଇପାରିବେ । ତେଣୁ ତୁରନ୍ତ ଏହାର ଉଦଘାଟନ କରାଯାଇ ଲୋକଙ୍କ ସୁବିଧାରେ ଉର୍ତ୍ସୀକୃତ କରିବାକୁ ସାଧାରଣରେ ଦାବି ହେଉଛି ।



