ବୌଦ୍ଧ – ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ସ୍ଥାନୀୟ ମୂର୍ଶୁଣ୍ଢି ସ୍ଥିତ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ମୁଖ୍ୟଅତିଥି ମାନ୍ୟବର ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନ୍ତ୍ୟୋଦୟ ଗୃହ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ଓ ବିଭିନ୍ନ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି।





