କେନ୍ଦୁଝରଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳର ଖେଳାଳି

କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳ ଅଞ୍ଚଳର ତାଇକୋଣ୍ଡ ଖେଳାଳି। କଟକ ଠାରେ ଉଦଯାପିତ ହୋଇଯାଇଥିବା ଆନ୍ତରାଜ୍ୟ ଟାଇକୋଣ୍ଡ ପ୍ରତିଯୋଗିତା , ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଡ଼ବିଲ ପୌରାଞ୍ଚଳ ଖେଳାଳିଙ୍କୁ ମିଳିଛି ଅପୂର୍ବ ସଫଳତା, ଉକ୍ତ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲା କୁ ପ୍ରତିନିଧିତ୍ଵ କରି ମୋଟ ୧୭ ଜଣ ଭାଗ ନେଇଥିବା ବେଳେ, ସେଥିରେ ସାତ ଗୋଟି ସ୍ଵର୍ଣ ତିନିଟା ରୋପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲକରି ବଡ଼ବିଲ ପାଇଁ ଗୌରବ ଆଣିଛନ୍ତି ଏହି ପ୍ରତିଯୋଗୀ, ତେବେ ଉତ୍ସାହ ଓ ସମ୍ବଳ ମିଳିଲେ ପ୍ରତିଯୋଗୀ ମାନେ ଆହୁରି ଆଗକୁ ଯାଇ ପାରିବେ ବୋଲି ଉକ୍ତ ଟାଇକୋଣ୍ଡ ସଂସ୍ଥାର ପ୍ରଶିକ୍ଷକ ଓ ସମ୍ପାଦକ ମତ ପୋଷଣ କରିଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




