ଡିଏଭି ପବ୍ଲିକ୍ ସ୍କୁଲ୍, କଳିଙ୍ଗ କ୍ଷେତ୍ରରେ ଉତ୍କଳଗୌରବ ମଧୁସୂଦନ ଜୟନ୍ତୀ ପାଳନ
ତାଳଚେର, ୨୮/୦୪/୨୬ ରିଖରେ ଡିଏଭି ପବ୍ଲିକ୍ ସ୍କୁଲ୍, ଏମସିଏଲ୍, କଳିଙ୍ଗ କ୍ଷେତ୍ରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହିତ ପାଳନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ତଥା ସହକାରୀ ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଓ ମହାନ ବ୍ୟକ୍ତି ମଧୁସୂଦନ ଦାସଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏପରି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଦେଶପ୍ରେମ ଓ ସଂସ୍କୃତି ପ୍ରତି ଗର୍ବ ଜଗାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଦିବସକୁ “ଆଇନଜୀବୀ ଦିବସ” ଏବଂ “ସ୍ୱାଭିମାନ ଦିବସ” ରୂପେ ପାଳନ କରାଯାଇଛି । ଇଂରେଜ ଶାସନ କାଳରେ ନିର୍ଯ୍ୟାତିତ ଓଡ଼ିଆ ଜାତିକୁ ମୁର୍ମୂଷୁ ଅବସ୍ଥାରୁ ରକ୍ଷା କରିବା ପାଇଁ ଯୋଗଜନ୍ମା ମଧୁସୂଦନ ଦାସଙ୍କର ଆବିର୍ଭାବ ଜାତି ପାଇଁ ଆଶା ସଞ୍ଚାର କରିଥିଲା ।ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାପାଇଁ ସେ ନିଜର ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଥିଲେ । ଉତ୍କଳର ବିଚ୍ଛିନ୍ନାଞ୍ଚଳକୁ ଏକତ୍ରିକରଣ କରିବା ନିମନ୍ତେ ତାଙ୍କର ଅବଦାନ ଏବଂ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ ଥିଲା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅବଦାନ । ଏହି ଅବସରରେ ବିଦ୍ୟାଳୟର ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀମାନେ ମଧୁସୂଦନ ଦାସଙ୍କ ଜୀବନ ଓ ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ଅପୂର୍ବ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ସେମାନେ ତାଙ୍କର ତ୍ୟାଗ, ସେବାଭାବ ଓ ଜାତୀୟତାର ଆଦର୍ଶକୁ ଅନୁସରଣ କରିବାକୁ ସମସ୍ତଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଦିବସ ପାଳନ ଅବସରରେ ଓଡ଼ିଆ ସଂସ୍କୃତି, ଭାଷା ଓ ପରମ୍ପରାକୁ ଉଜାଗର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଯେପରିକି ଭାଷଣ, କବିତା ପାଠ ଆୟୋଜନ କରାଯାଇଥିଲା। ଶେଷରେ ସମସ୍ତେ ମିଶି ଓଡ଼ିଆ ଭାଷା ଓ ଐତିହ୍ୟର ସୁରକ୍ଷା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)