ଚମ୍ପୁଆ ଥାନା ଅନ୍ତର୍ଗତରେ ସନ୍ଦେହଜନକ ଭାବରେ ଯୁବକଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ବଡ଼ନଇ ପଞ୍ଚାୟତ ପଳଶା ଗ୍ରାମ ର ଉମେଶ ମୁଣ୍ଡା (27)ଙ୍କ ମୃତ ଶରୀର ଘର ନିକଟରେ ଥିବା ଏକ ବିଲ ମଝିରେ ସନ୍ଦେହ ଜନକ ଅବସ୍ଥାରେ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ଗତ କାଲି ରାତ୍ରିରେ ଉମେଶ ସହିତ ତାଙ୍କ ସ୍ତ୍ରୀ ସୁକାନ୍ତି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନେଇ ଉମେଶ ତାଙ୍କ ଭିଣେଇ ଇଶ୍ଵରଙ୍କୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ନେଇ ଫୋନରେ ଜଣାଇଥିଲେ। ଆଜି ସକାଳୁ ଇଶ୍ଵର ଉମେଶକୁ ଫୋନ୍ କରିବାରୁ ତାଙ୍କର ଫୋନ୍ ସୁଇଚ୍ ଅଫ ଥିବାରୁ ସେ ପଳଶା ଗାଁ କୁ ଆସି ଉମେଶ ଘର ନିକଟରେ ଏକ ବିଲରେ ମରି ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଖବରଦେବା ପରେ ଗ୍ରାମ ବାସୀ ପୋଲିସକୁ ଖବର ଦେଇଥିଲେ। ପରକୀୟା ପ୍ରୀତିକୁ ନେଇ ଉମେଶକୁ ହତ୍ୟା କରାଯାଇଥିବା ହତ୍ୟା କାଣ୍ଡ ପଛରେ ସ୍ତ୍ରୀ ସୁକାନ୍ତି ଓ ଅନ୍ୟ ଜଣେ ଯୁବକ ସମ୍ପୃକ୍ତ ଥିବା ଅନୁମାନ କରି ପୋଲିସ ସୁକାନ୍ତି କୁ ଅଟକ ରଖିଛି। ଅନ୍ୟ ଯୁବକ ଜଣକ ଫେରାର ଥିବା ବେଳେ ପୋଲିସ ତାକୁ ଖୋଜୁଥିବା ଜଣାପଡିଛି। ଅନ୍ୟପଟେ ମୃତକ ଙ୍କ ଭଉଣୀ ଭିଣେଇ ଉମେଶକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।ପୋଲିସ ହତ୍ୟା କାଣ୍ଡର ଅସଲ କାରଣ ଜାଣିବା ପାଇଁ ସାଇଣ୍ଟିଫିକ ଟିମ୍ ଡକାଇ ତଦନ୍ତ ଚଳାଇଥିବା ନେଇ ସୂଚନା lBite .1 ଭଉଣୀ ଶାନ୍ତି ମୁଣ୍ଡା Bite2… ଭିଣେଇ ଇଶ୍ଵର ମୁଣ୍ଡାBite 3…. ମୃତକ ର ଖୁଡି ଡାଲମା ମୁଣ୍ଡାକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



