ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ହିମନ୍ତ ଆଜି ଲୋକଭବନରେ ପହଞ୍ଚି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କର ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ନୂତନ ସରକାର ଗଠନ ଏବଂ ଶପଥ ଗ୍ରହଣ ନହେବା ପର୍ଯ୍ୟନ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି ।ରାଜ୍ୟରେ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି ବିଜେପି । ୧୨୬ ଆସନ ମଧ୍ୟରୁ ୧୦୨ ଆସନରେ ବିଜୟୀ ହୋଇଛି ଏନଡିଏ ମେଣ୍ଟ । ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ ସୂଚନା ଦେଇଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପ୍ରଧାନମନ୍ତ୍ରୀ ଶପଥ ଉତ୍ସବକୁ ଆସିବାକୁ ଥିବାରୁ ୧୧ ପର୍ଯ୍ୟନ୍ତ ଅପେକ୍ଷା ରହିଛି ।ସେପଟେ ଆସାମରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସାମ ରାଜ୍ୟପାଳଙ୍କୁ ଭେଟିଛନ୍ତି CEO ଅନୁରାଗ ଗୋୟେଲ । ନିର୍ବାଚିତ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତ। ତୃତୀୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ଗଠନ କରିବ ସରକାର।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


