ରାଜ୍ୟ ରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ । ରାଜ୍ୟରେ ହଟିବ ଜମିଦାରୀ ପ୍ରଥା । ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା । ଜମିଦାରୀ ପ୍ରଥା ଉଠିଲେ ବି ସରକାରଙ୍କ ପାଖରେ ରହିବ ତଥ୍ୟ। ସାଲାମୀ ପ୍ରଦାନ କରିବେ । ସବୁ ଗଡ଼ ଜାତ ଅଂଚଳରେ ଏଭଳି କେଶ ପଡ଼ିକି ଅଛି । ପଟ୍ଟା ପାଇଲା ପରେ ସାଲାମୀ ଦେଉନାହାନ୍ତି, ଆଉ ରାଜସ୍ବ ବିଭାଗ କ୍ଷତି ସହୁଛି ।
ଯେତେ ଏଭଳି ସମସ୍ୟା ଅଛି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।ଯେଉଁମାନେ ଜମିର ହକଦାର ସାଲାମୀ ଦେଲେ ଜମିରେ ମାଲିକ ହେବେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏଥିପାଇଁ ଏକ ମାସ ସମୟ ଦିଆଯାଇଛି । ରାଜସ୍ବ ସେବା ପ୍ରଦାନ କ୍ଷେତ୍ରରେ ଗ୍ରେଡେସନ ହେବ । ଯେଉଁ ଜିଲ୍ଲା ଭଲ ପଦର୍ଶନ କରିବ ତାକୁ ଗ୍ରେଡେସନ ମିଳିବ । ଆଗକୁ ଭୂ-ଦାନ ଆଇନ ସମାପ୍ତ ହେବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।



