*ବାସୁପାଲିରେ ଷୋଳ ପ୍ରହରୀ ଅନୁଷ୍ଠିତ ହୋଇଯାଇଛି*

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ବାସୁପାଲି ଗ୍ରାମରେ (ମହାମନୁ) ଷୋଳ ପ୍ରହରୀ ବହୁତ ଜାକଜମକରେ ପାଳିତ ହୋଇଛି | କର୍ତ୍ତା ଭାବରେ ଶ୍ରୀ କୈଲାସ ମରେଇ ଧର୍ମପତ୍ନୀ ରିନା ମରେଇ,ପୂଜକ ନୃପଲାଲ୍ ଧର କାର୍ଯ୍ୟ ନିର୍ବାହ କରିଥିଲେ | ଗଟ ୪ ତାରିଖ କଳସ ଯାତ୍ରା ସହ ଆରମ୍ଭ ହୋଇଥିବା ବେଳେ ୭ ତାରିଖ ପୂର୍ଣ୍ଣାହୁତି ସହ ବିଧି ସମାପନ ହୋଇଯାଇଛି | ୭ ତାରିଖ ରାତିରେ ହୋଇଥିବା ନୁଆପଡ଼ା ଓ ବ୍ରହ୍ମଚାରୀ ମଧ୍ୟରେ ବୈଠକୀ କୀର୍ତ୍ତନ ଲୋକଙ୍କୁ ବାନ୍ଧି ରଖିଥିଲା। ଅପର ପକ୍ଷରେ

ବରଗଡ଼,କଏଁଟପଡ଼ା,ବଡ଼ମାଲ୍,ରଘୁନାଥପାଲି ମହିଲା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ।ପହଯୋଗକାରୀ ଭାବରେ ଉମାକାନ୍ତ ପ୍ରଧାନ,ରାଜ କୁମାର ବଳୁଆ,ନୃପଲାଲ୍ ଧର, ମଣ୍ଟୁ ଧର,ଅରୁଣ କୁମାର ସାହୁ,ପ୍ରଭାତ ବଳୁଆ,ଡିଲେଶ୍ବର,ଭଗବାନ ସେଠ,ବିଦ୍ୟନନ୍ଦ ବାରିକ,ଓମପ୍ରକାଶ ସାହୁ,ରାଧାକାନ୍ତ ନାଏକ ପ୍ରମୁଖ ଦାଇତ୍ୱ ତୁଲାଇ ଥିଲେ | ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଓ ମାନେଶ୍ୱର ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ




