ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀ ପୂଜକ ବନ୍ଧୁମିଳନ

ବରଗଡ଼:୧୦/୫(ପବିତ୍ର ମେହେର) ବରଗଡ ଜିଲ୍ଲା ରାମଚଣ୍ଡୀ କଲ୍ଯାଣ ମଣ୍ଡପ, ଲାଦେରପାଲି, ଅତାବିରା ଠାରେ ତା ୦୯/୦୫/୨୦୨୬ ଶନିବାର ଦିନ ୧୧ ଟା ସମୟରେ ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀଙ୍କ ପୂଜକମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଜନ କଲ୍ଯାଣ କୁଲତା ସମାଜ ଅତାବିରା ତରଫରୁ ଜନ କଲ୍ୟାଣ କୁଲତା ସମାଜର ସଭାପତି ସୁରେନ୍ଦ୍ର ସ୍ବାଇଁ ଙ୍କ ତତ୍ବାବଧାନରେ, ସୁବାଷ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ ସଭାରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ପୀଠ, ଉପପୀଠ, ମନ୍ଦିରଗୁଡିକରେ ରଣେଶ୍ବର ରାମଚଣ୍ଡୀଙ୍କ ପୂଜା କରୁଥିବା ଷାଠିଏ ରୁ ଅଧିକ ପୂଜକ ଯୋଗ ଦେଇଥିଲେ। ଲାଦେରପାଲି ରାମଚଣ୍ଡୀ ମନ୍ଦିରରେ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା କରିବା ପରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଧର୍ମରାଜ ପ୍ରଧାନଙ୍କ ଉଦ୍ଦେଶ୍ଯ ଜ୍ଞାପନ ପରେ ଜନ କଲ୍ଯାଣ କୁଲତା ସମାଜ, ଅତାବିରାର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦିବାକର ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇ ଥିଲେ। ବିଶିଷ୍ଟ ପୂଜକ ଉପେନ୍ଦ୍ର ନାରାୟଣ ଭୋଇଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ଅଧିବେଶନରେ ଖଗେଶ୍ବର ସାହୁ (ଗାଈସୀମା) ବିସ୍ତୃତ ଭାବରେ ପୂଜକ ମାନଙ୍କର ଭୂମିକା ଓ ଦାୟିତ୍ବ କିପରି ରହିଛି ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଗୋଟିଏ ରେଜିଷ୍ଟର ଖାତାରେ ଉପସ୍ଥିତ ପୂଜକମାନଙ୍କୁ ନିଜ ନିଜର ନାମ, ପୀଠ/ମନ୍ଦିରର ନାମ, ଠିକଣା, ମୋବାଇଲ ନମ୍ବର ଲେଖିବାକୁ ଅନୁରୋଧ କରିଥିଲେ। ସୁଦାମ ସାହୁ, ସୁବାଷ ପଧାନ, ଦଶରଥ ଭୋଇ ଏଥିରେ ସାହାଯ୍ଯ କରିଥିଲେ। ପ୍ରସାଦସେବନ ପରେ ଦ୍ବିତୀୟ ଅଧିବେଶନ ଅପରାହ୍ନ ୩ ଟାରେ ଆରମ୍ଭ ହୋଇଥିଲା। ଶ୍ରୀଯୁକ୍ତ ଖଗେଶ୍ବର ସାହୁଙ୍କ ସଭାପତିତ୍ବ ଓ ଶ୍ରୀଯୁକ୍ତ ସୁଦାମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ପୂଜକମାନେ ନିଜ ନିଜର ପୂଜକ ବସ୍ତ୍ରରେ ଉପସ୍ଥିତ ଥିଲେ। ପ୍ରଥମେ ନିଜର ପରିଚୟ ପ୍ରଦାନ କରି ନିଜେ କିପରି ରଣେଶ୍ବର ରାମଚଣ୍ଡୀଙ୍କ ପୂଜା କରି ଆସୁଛନ୍ତି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣିନା କରିଥିଲେ। ପୂଜାବିଧି ଯଦିଓ କିଛି କିଛି ଭିନ୍ନ ଥିଲା, ତଥାପି ପ୍ରାୟେ ଅଧିକାଂଶରେ ସାମଞ୍ଜସ୍ଯ ପରିଲକ୍ଷିତ ହେଉଥିଲା। ସମସ୍ତଙ୍କର ପୂଜାରୁ ସର୍ବସମ୍ମତ କ୍ରମେ ଏକ ସାଧାରଣ ପୂଜାର ବିଧି ବ୍ଯବସ୍ଥା ତିଆରି କରିବାକୁ ପ୍ରଥମ ପ୍ରସ୍ତାବ ନିଆଗଲା ଏବଂ ଏ ଉପରେ ପରବର୍ତ୍ତୀ ଅଧିବେଶନ ଗୁଡିକରେ ପୂର୍ଣାଙ୍ଗ ଆଲୋଚନା ପରେ ଏକ ପୁସ୍ତକ ପ୍ରକାଶିତ କରି ତାକୁ ସାର୍ବଜନୀନ କରିବାକୁ ଧାର୍ଯ୍ଯ କରାଗଲା । ପୂଜକମାନଙ୍କୁ ନେଇ ଏକ ଅସ୍ଥାୟୀ କମିଟି ପରବର୍ତ୍ତୀ ଅଧିବେଶନ ପର୍ଯ୍ୟନ୍ତ ଗଢ଼ିବାକୁ ଦ୍ବିତୀୟ ପ୍ରସ୍ତାବ ଗୃହୀତ ହେଲା। ଏହି କମିଟିରେ ଯେଉଁମାନେ ରହିଲେ, ସେମାନେ ହେଲେ ଜୀବର୍ଦ୍ଧନ ଭୋଇ-ଆଦି ପୀଠ କମଗାଁ , ଉଦ୍ଧବ ପଧାନ- ମୁକ୍ତି ପୀଠ ପାଇକମାଲ, ଲବ ଭୋଇ- ତାଳମେଣ୍ଡା ପୀଠ, ଗୋପୀନାଥ ଭୋଇ-ଚକ୍ରା ପୀଠ, ବିଶ୍ବନାଥ ପଧାନ-ଠେମରା ପୀଠ, ଦେବୀ ପ୍ରସାଦ ଭୋଇ- ଦାନୀପାଲି ମନ୍ଦିର, ଈଶ୍ବର ଭୋଇ-ମନ୍ଦିର ପୂଜକ କଳାହାଣ୍ଡି,ଦେବାର୍ଚ୍ଚନ ଭୋଇ-କୁହିବାହାଲ, ବୋଧରାମ ପଧାନ-ସରିଆ ଛତିଶଗଡ଼,ଡମ୍ବରୁ ପଧାନ-ଲାଦେରପାଲି, ପାଣ୍ଡବ ପଧାନ-ନୂଆଁଗଡ ଏବଂ ଆବାହକ ଭାବରେ ସୁବାସ ପଧାନ ଓ ଦଶରଥ ଭୋଇ । ଶେଷରେ ଧର୍ମରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



