ପ୍ରେସ କ୍ଳବ ଜମନକିରା ପକ୍ଷରୁ କୃତି ଛାତ୍ର ପ୍ରିତମ ଙ୍କୁ ସମ୍ବର୍ଦ୍ଧନା

ଜମନକିରା (ନରେନ୍ଦ୍ର ସାହୁ) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢ଼ୀପା ହାଇସ୍କୁଲରେ ସଫଳତା ସ୍କୁଲ ର ଦଶମ ଛାତ୍ର ଚଳିତ ବୋର୍ଡ ପରୀକ୍ଷା ରେ ଜମନକିରା ବ୍ଲକ ରେ ୯୦% ପ୍ରତିଶତ ୫୪୦ ମାର୍କ ରଖି ବ୍ଲକ ରେ ଗର୍ଵ ଗୌରବ ଆଣିଛନ୍ତି l ଏହାକୁ ନେଇ ଆଜି ଜମନକିରା ବ୍ଲକ ପ୍ରେସ କ୍ଳବ ଜମନକିରା ର ସମସ୍ତ କର୍ମକର୍ତ୍ତା କେନାଢ଼ୀପା ସ୍କୁଲ ର ଛାତ୍ର ପ୍ରିତମ ଘଡେଇ ଙ୍କୁ ଫାଶୀମାଲ ରେ ସମ୍ବର୍ଦ୍ଧନା ଜଣାଇଛନ୍ତି lସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଣ ପାହାଡ଼ ଘେରା ଅଞ୍ଚଳରୁ ତଥା କେନାଢ଼ୀପା ପଞ୍ଚାୟତ ର ନରେନ୍ଦ୍ର ଘଡେଇ ଓ ନଳୀନା ପ୍ରଭା ଘଡେଇ ଙ୍କ ପୁତ୍ର ନିଜ ଦିନ ରାତି ସଂଘର୍ଷ ଓ ସ୍କୁଲ ଶିକ୍ଷକ ଙ୍କ ଆଶୀର୍ବାଦ ବଳରେ ଆଜି ନିଜ ବ୍ଲକ ରେ ଟପ୍ପର ହୋଇ ବ୍ଲକ କୁ ଗର୍ଵ ଗୌରବ ଆଣିଛନ୍ତି l ଏହାକୁ ନେଇ ଆଜି ପ୍ରେସ କ୍ଳବ ଜମନକିରା ର ସଭାପତି ହରମୋହନ ପଟେଲ ଙ୍କ ଅଧକ୍ଷତା ରେ ବରିଷ୍ଠ ସାମ୍ବାଦିକ ସଂଜୀବ ସାହୁ, ଲଷ୍ମଣ ସାହୁ, ଅଶୋକ କୁମାର ପଟେଲ, ନରେନ୍ଦ୍ର ସାହୁ, ଲିପନ ନାଏକ ପ୍ରମୁଖ ଉପସ୍ଥିତ ରହି ପ୍ରିତମ ଙ୍କ ଆଗାମୀ ଜୀବନ ର ସୁଖମୟ ଓ ଆଗକୁ ଅଧିକ ଭଲ ପାଠ ପଢି ରାଜ୍ୟ,ଦେଶକୁ ଗର୍ବ ଗୌରବ ଆଣିବା ବାର୍ତ୍ତା ଦେବା ସହ ଏକ ଆଲୋଚନା ଚକ୍ର କରି ଛାତ୍ର ପ୍ରିତମ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ଅବସରରେ ଛାତ୍ର ପ୍ରିତମ ଙ୍କୁ ତାଙ୍କ ଲକ୍ଷ ବିଷୟରେ ପଚାରିବାରୁ ସେ କହିଥିଲେ ମୁ ପାଠ ପଢି ଜିଲ୍ଲାପାଳ ହେଵା ସହ ସମସ୍ତ ଗରିବ ଅସହାୟ ଲୋକ ଙ୍କୁ ନ୍ୟାୟ ପ୍ରଦାନ କରି ସମସ୍ତଙ୍କୁ ସେବା ଦେବୀ ବୋଲି କହିଥିଲେ l ଜମନକିରା ବ୍ଲକ ରେ ଏକ ମାତ୍ର ଜଣେ ୯୦% ପ୍ରତିଶତ ମାର୍କ ରଖି ଗର୍ବ ଗୌରବ ଅଣିଥିବାରୁ ଅଞ୍ଚଳ ବାସି ତାଙ୍କୁ ବହୁତ ଶୁଭକାମନା ଜଣାଉଛନ୍ତି ।ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍ ।



