ଜଳସଙ୍କଟକୁ ନେଇ ଉପଜିଲ୍ଳାପାଳଙ୍କୁ ଘେରିଲେ ପଂଚାୟତବାସୀ
ତାଳଚେର, ୧୨/୦୫ ଲିଙ୍ଗରାଜ କୋଇଲା ଖଣି ଠାରୁ ଶହେ ମିଟର ଦୂରରେ ରହିଥିବା କଣ୍ଢାଳ ପଂଚାୟତର ତାଳବେଡ଼ା, ଏକାଦଶୀପୁର, ବନମାଳିପୁର, ଦୟାନିଧିପୁର, ରସାଳପୁର, ମଦନମୋହନପୁର, ଲାଙ୍ଗିଯୋଡ଼ା, କୃଷ୍ଣଚନ୍ଦ୍ରପୁର ଇତ୍ୟାଦି ଗ୍ରାମ ଗୁଡ଼ିକରେ ଜଳସଙ୍କଟକୁ ନେଇ ପୂର୍ବନିଷ୍ପତିକ୍ରମେ ଆଜି ଗ୍ରାମ ଗୁଡ଼ିକର ପୁରୁଷ ଓ ମହିଳାମାନେ ଗରା, ବାଲ୍ଟି ନେଇ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲଜ୍ଜ୍ୟାଜନକ ଘଟଣା ଘଟିଯାଇଛି । ସ୍ୱାଧୀନତାର ଦୀର୍ଘ ୭ଦଶନ୍ଧିପରେ ଶିଳ୍ପନଗରୀ ତାଳଚେର ଅଂଚଳରେ ଏଭଳି ଅଭାବନୀୟ ଘଟଣା ସର୍ବସାଧାରଣଙ୍କୁ ଚକିତ କରବା ସହ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଙ୍କି ମାରୁଛି । ସରକାରଙ୍କ ପକ୍ଷରୁ ଆରଡ଼ବ୍ଲୁ ଏସଏସ ମାଧ୍ୟମରେ ମେଗାପାନୀୟ ଜଳ ସ୍ୱଜଳଧାରା ପାଣି ଯୋଗାଇ ଦେଉଥିବା ବେଳେ ଏମସିଏଲ ମଧ୍ୟ ପାଇପ୍ ଯୋଗେ ଜଳ ଯୋଗାଇ ଦେଇଥାଏ । ମାତ୍ର ଏହି ପାଣି ସମୁଦ୍ରକୁ ଶଙ୍ଖେ ହେବା ସହ ଏନଏଚଆଇ ବିଭାଗ ପକ୍ଷରୁ ଜେସିବି ଦ୍ୱାରା ରାସ୍ତା ଖୋଳା କାର୍ଯ୍ୟ ଯୋଗୁଁ ମାଟି ତଳେ ରହିଥିବା ପାଇପ ଲାଇନ ଗୁଡ଼ିକ ବାରମ୍ବାର କଟିଯିବା ଫଳରେ ଜଳସଙ୍କଟ ଦେଖାଦେଇଥିବା ଗ୍ରାବାମସୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା ଆଜକୁ ତିନିମାସ ହେବ ଚାଲିଥିଲେ ମଧ୍ୟ ଆରଡବ୍ଲୁ ଏସଏସ ପକ୍ଷରୁ କାର୍ଯ୍ୟ କରୁଥିବା ଏଲଏନଟି କର୍ତୁପକ୍ଷ, ଏମସିଏଲ କମ୍ପାନୀଙ୍କୁ ଗ୍ରାମବାସୀମାନେ ଅଭିଯୋଗ କଲେ ମଧ୍ୟ ଏଥିରେ କୌଣସି ସୁଧାର ଆସୁନଥିବାରୁ ଆଜି ବାଧ୍ୟହୋଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଘେରିଥିଲେ । ଏହାକୁ ହୃଦୟଙ୍ଗମ କରି ତାଳଚେର ଉପଜିଲ୍ଳାପାଳ ଆସିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆରଡ଼ବ୍ଲୁ ଏସଏସ କର୍ତୁପକ୍ଷ, ଏମସିଏଲ କର୍ତୁପକ୍ଷ ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଖରାଦିନରେ ନିରବଚ୍ଛନ୍ନଭାବେ ପାନୀୟ ଜଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଢାଳ ପଂଚାୟତ ସରପଂଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ତାଳବେଡ଼ା ୱାର୍ଡ଼ ମେମ୍ବର ରୋଜି ହୋତା, ଉମାମାଧବ ଆଚାର୍ଯ୍ୟ, ଚୈତନ୍ୟ ପ୍ରଧାନ, ଚର୍ତୁପଭୂଜ ନନ୍ଦ, ରବି ଶତପଥୀ, ମୁକୁ ଶତପଥୀ, ଲାଲୁ ଆଚାର୍ଯ୍ୟ, ବିନୋଦ ଆଚାର୍ଯ୍ୟ ସମେତ ଗ୍ରାମର ଶତାଧିକ ମହିଳା, ପୁରୁଷ ଉପସ୍ଥିତ ଥିଲେ ।



