ଗୋଲାମୁଣ୍ଡା ରୁ ନକଟିକାନି କୁ ଗଡିଲା ଲକ୍ଷ୍ମୀ ବସ
କଳାହାଣ୍ଡି ,/୧୩/୫)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ନକଟିକାନି ଗ୍ରାମ ପଞ୍ଚାୟତ କୁ ଆଜି ଲକ୍ଷ୍ମୀ ବସ ପ୍ରଥମ କରି ଗଡି ଚାଲିଛି,ବିଗତ ସରକାର ଏହି ଯୋଜନା କୁ ନଭେମ୍ବର ୧ ,୨୦୨୩ ରେ ଏହାକୁ ଲୋକାର୍ପିତ କରିଥିଲେ, ହେଲେ ଏହି ବସ ସେବା ରୁ ବଞ୍ଚିତ ହୋଇ ରହିଥିଲେ , ଯାହା ଫଳରେ ଛାତ୍ର ଛାତ୍ରୀ, ବୃଦ୍ଧ ବୃଦ୍ଧା ବିକଳାଙ୍ଗ, ଓ ମେଡିକାଲରେ ଯିବା ପାଇଁ ଘୋର ଅସୁବିଧା ଦେଖା ଦେଉ ଥିଲା, ଏ ନେଇ ପୁର୍ବତନ ସରପଞ୍ଚ ଯତୀନ୍ଦ୍ର ସେନାପତି ଗତ ତା ୩୦/୧/୨୬/ଦିନ ତିନି ଦଫା ଦାବି ମଧରେ ଲକ୍ଷ୍ମି ବସ ପାଇଁ ପଞ୍ଚାୟତ ସମ୍ମୁଖରେ ଧାରଣା ଦେଇଥିଲେ,ନକଟିକାନି ଗ୍ରାମ ପଞ୍ଚାୟତ ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ । ବସ ବସିବା ପାଇ ହେଲେ ସେମାନଙ୍କୁ ୪ କିଲୋମିଟର ଯାଏ ଆସିଲେ ଖଳିଆକାନିରେ ବସ ସେବା ପାଇ ପାରୁ ଥିଲେ । ଖରା ,ବର୍ଷା,ଦିନରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ । ଏହି ସେବା ପାଇବା ପାଇ ପଞ୍ଚାୟତ ସମ୍ମୁଖରେ ଗଣ ଧାରଣା ଦେଇଥିଲେ ,ଜିଲ୍ଲାପାଲ ଙ୍କ ଜନ ଶୁଣାଣି ରେ ମଧ୍ଯ ଦେଇଥିଲେ ,ଶେଷରେ ପୂର୍ବତନ ସରପଞ୍ଚ ଯତୀନ୍ଦ୍ର ସେନାପତି ଅଳ୍ପ ଦିନ ତଳେ ନିଜେ ଭୁବନେଶ୍ୱର ଓଡ଼ିଶା ସଡ଼କ ପରିବହନ ବିଭାଗ କୁ ଯାଇ ଏକ ଲିଖିତ ଅଭିଯୋଗ ପରେ ଏହି ଲକ୍ଷ୍ମୀ ବସ ସେବା ପାଇ ପାରିଛନ୍ତି। ଆଜି ମଙ୍ଗଲ ବାର ଦିନ ସକାଳ ସମୟରେ ଲକ୍ଷ୍ମୀ ବସ ସେବା ପାଇ ଥିବାରୁ ଅଞ୍ଚଳ ବାସୀଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଛି , ଓ ପୁର୍ବତନ ସରପଞ୍ଚ ଯତୀନ୍ଦ୍ର ସେନାପତି ଙ୍କୁଧନ୍ଯବାଦ କରି ଥିଲେ। ଏଭଳି କି ଲକ୍ଷ୍ମି ବସ ଚାଲିବା ହେତୁ ଖୁସିରେ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି । ଏହି ଲକ୍ଷ୍ମୀ ବସ ଚାଲିଥିବାରୁ, ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ , ଓଡ଼ିଶା ସରକାର ଓ ଲକ୍ଷ୍ମୀ ବସ କର୍ମଚାରୀ ମାନଙ୍କୁ ଗାଆଁ ଲୋକେ ଧନ୍ୟବାଦ୍ ଦେଇଛନ୍ତି।କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ



