ପ୍ରାଥମିକ ଶିକ୍ଷକ ମହାସଂଘ ବିକ୍ଷୋଭ କୁ ଛତିଶ ଦିନ

ଏବେବି ସରକାର ଙ୍କ ନିଷ୍ପତ୍ତି ଅପେକ୍ଷାରେ ଦୁଇ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ମହାସଂଘ ଲୋୟର ପି ଏମ୍ ଜି ରେ ଛତିଶ ଦିନରେ ଗଣ ଧାରଣା ଜାରି ରହିଛି । ମହାସଂଘ ର ଆବାହକ ରାମଲାଲ ପଟେଲ ନେତୃତ୍ୱରେ ଆଜି କନ୍ଧମାଳ, ରାୟଗଡ଼ା ଓ ବରଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ରେ ବସିଥିଲେ । ଆମର ଦୁଇ ଦଫା ଦାବୀ – ପୋଷ୍ଟ ଅପଗ୍ରେଡ କରି ଲେବଲ ୯ ଅନୁଯାୟୀ ମୂଳ ବେତନ ଟ୩୫୪୦୦ ପ୍ରଦାନ,ଛଅ ବର୍ଷ ଠିକା କାର୍ଯ୍ୟ କାଳକୁ ମୂଳ ଚାକିରି ରେ ଗଣନା ସହ ଛଅଗୋଟି ନୋସନାଲ ଇନକ୍ରୀମେଣ୍ଟ ପ୍ରଦାନ କୁ ରାଜ୍ୟ ସରକାର ପୂରଣ ନ କରିବା ପର୍ଯ୍ୟନ୍ତ ଏ ଧାରଣା ଚାଳୁ ରହିବ ବୋଲି ଷ୍ଟିୟରିଂ କମିଟି ସଭ୍ୟ ସଭ୍ୟା ତଥା ଆବାହକ ରାମଲାଲ ପଟେଲ ଜଣାଇଛନ୍ତି । ଧାରଣା ମାଧ୍ୟମରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଏହି ଧାରଣାରେ ବରଗଡ଼ ଜିଲ୍ଲା ଶିକ୍ଷକ ସଂଘ ସଭାପତିତ୍ବ ନନ୍ଦିଘୋଷ ଭୋଇ ସମ୍ପାଦକ ଶ୍ରୀକାନ୍ତ ବାରିକ , ଭଳି ବ୍ଳକ୍,ବରଗଡ଼ ,ଅମ୍ବାଭୋନା ବ୍ଳକ୍ ଶିକ୍ଷକ ସଂଘ ସଭାପତି ସ୍ଵାଧୀନ ସାହୁ,ସନ୍ତୋଷ ମାଝୀ,ରାହୁଲ ସେଠ୍,ଉପେନ୍ଦ୍ର ଭୋଇ ତଥା କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ରେ ଯୋଗଦାନ କରିଥିଲେ ।



