କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ୫୨୦ନମ୍ବର ଜାତୀୟ ରାଜପଥ ପାଲଟିଛି ଡେଡ୍ ଲାଇନ୍।

କେନ୍ଦୁଝର ଜିଲ୍ଲାର ଲାଇଫ୍ ଲାଇନ୍ ବୋଲାଉଥିବା ୫୨୦ ନମ୍ବର୍ ଜାତୀୟ ରାଜପଥ ପାଲଟିଛି ଡେଡ୍ ଲାଇନ୍।କେନ୍ଦୁଝର ଜିଲ୍ଲା ରିମୁଳି-ରଜାମୁଣ୍ଡା ୫୨୦ ନମ୍ବର୍ ଜାତୀୟ ରାଜପଥ ପାଲଟିଛି ଦୁର୍ଘଟଣାର ଲାଇଫ୍ ଲାଇନ। ତେବେ ବିଶେଷ ଭାବରେ ଭଦ୍ରାସାଇ ଠାରୁ ରୁଗୁଡ଼ି ରାସ୍ତା ରେ ପ୍ରାୟ ଦିନ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। କେବେ ରାସ୍ତାରେ କୋଇଲା ବଝେଇ ଗାଡି ଓଲଟି ପଡ଼ୁଛି ତ କେତେବେଳେ ବାଇକ୍ ଆଉ କେତେବେଳେ ସିରିଜ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି। ଅଧିକାଂଶ ସମୟରେ ଦେଖାଯାଏ କି ଦ୍ରୁତ ଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଥିବା ବେଳେ କିଛିକିଛି ସମୟରେ ଅଧିକ ଟ୍ରିପ କରିବାର ପ୍ରତିଦ୍ବନ୍ଦିତା ଯୋଗୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। କିଛି ଅମାନିଆ ଡ଼୍ରାଇଭର ଭାଇ ମାନଙ୍କ ପାଇଁ ଅନ୍ୟ ଡ଼୍ରାଇଭର ଭାଇ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ୫୨୦ ନମ୍ବର ଜାତୀୟ ରାଜପଥରେ ପ୍ରାୟ ସମୟ ରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାରୁ ସଧାରଣ ଲୋକେ ରାସ୍ତାରେ ଯିବାକୁ ମଧ୍ୟ ଭୟ କଲେଣି। ତେବେ ସେହିଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର BRPL ନିକଟରେ ଆଜି ଦେଖିବାକୁ ମିଳିଛି ସିରିଜ ଦୁର୍ଘଟଣା ! ଦୁଇଟି ହାଇୱା ସହ ଗୋଟିଏ ଟ୍ରଲର ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ ଦୁଇ ଚାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିବା ସହ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




