ଢେଙ୍କାନାଳ – ନିଜ ପତ୍ନୀଙ୍କ ସହିତ ଝଗଡ଼ା କରିବା ପରେ ଶ୍ୱଶୁର ଘର ଉପରେ ରାଗ ଶୁଝାଇଛନ୍ତି ଜଣେ ବ୍ୟକ୍ତି। ସେ ଶ୍ଵଶୁର ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ।
ଅଭିଯୁକ୍ତଙ୍କ ନାଁ ଜ୍ଞାନରଞ୍ଜନ ସାହୁ। ତାଙ୍କ ଘର ବିଦ୍ୟାଧରପୁର ଗାଁରେ। ବିଭିନ୍ନ ସମୟରେ ସେ ମଦ ପିଇ ତାଙ୍କ ପତ୍ନୀ ଅନିତାଙ୍କ ସହିତ ଝଗଡ଼ା କରନ୍ତି। ଗତକାଲି ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଜ୍ଞାନରଞ୍ଜନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଅନିତା ତାଙ୍କ ବାପ ଘରକୁ ପଳାଇଥିଲେ। ତାଙ୍କ ବାପ ଘର ମଧ୍ୟ ବିଦ୍ୟାଧରପୁର ଗାଁରେ।ଅନିତାଙ୍କୁ ଖୋଜାଖୋଜି କରି ନପାଇବାରୁ ଜ୍ଞାନରଞ୍ଜନ ତାଙ୍କ ଶ୍ୱଶୁର ଘରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ରାସୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ଏହି ଘଟଣା ନେଇ ରାସୋଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଜ୍ଞାନରଞ୍ଜନଙ୍କୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଚଲାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-4-scaled.jpg)
