ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ-୨୦୨୬ ପାଳିତ
ଢେଙ୍କାନାଳ, ତା. ୧୮/୦୫/୨୦୨୬: ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ-୨୦୨୬ ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ର ଏକ ସଂସ୍ଥା, ପକ୍ଷରୁ “ସଂଗ୍ରହାଳୟଗୁଡ଼ିକ ଏକ ବିଭକ୍ତ ବିଶ୍ୱକୁ ଏକତ୍ର କରନ୍ତି” ବିଷୟବସ୍ତୁ ଆଧାରିତ ବିଭିନ୍ନ ଶିକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ଦୁର୍ଲଭ ସଂଗ୍ରହର ପ୍ରଦର୍ଶନୀ, “ବିଶ୍ୱର ପ୍ରସିଦ୍ଧ ସଂଗ୍ରହାଳୟ” ଉପରେ କୁଇଜ୍ ପ୍ରତିଯୋଗିତା, ଅନ୍ଧବିଶ୍ୱାସ ବିରୋଧୀ ବିଶେଷ ବିଜ୍ଞାନ ପ୍ରଦର୍ଶନ, “ମେକ୍ ଆଣ୍ଡ ଟେକ୍ ସାଇନ୍ସ କିଟ୍” କାର୍ଯ୍ୟଶାଳା, ଭ୍ରମଣଶୀଳ ବିଜ୍ଞାନ ପ୍ରଦର୍ଶନୀ ବସ୍ ପ୍ରଦର୍ଶନୀ ଏବଂ ଆକାଶ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରେମୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଦର୍ଶକମାନଙ୍କର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
ଏହି ଅବସରରେ ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍.ଏମ୍. ରାଉତ ମତ ପ୍ରକାଶ କରିଥିଲେଯେ
“ସଂଗ୍ରହାଳୟଗୁଡ଼ିକ ସମାଜକୁ ଏକତ୍ର କରିବା ସହ ଜ୍ଞାନ, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ଏଵଂ ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ-୨୦୨୬ ଅବସରରେ, ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଢ଼େଙ୍କାନାଳ ବିଜ୍ଞାନ କେନ୍ଦ୍ର, ଢ଼େଙ୍କାନାଳ ଓ କପିଳାସ ବିଜ୍ଞାନ ଉଦ୍ୟାନ, କପିଳାସ ରେ ନିଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଇ ଅଛି।”

July 4, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
