ଅନୁଗୋଳ ଜିଲ୍ଲା ପୋଲିସ୍ ପକ୍ଷରୁ ପୁରୁଷ କବାଡି ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଅନୁଷ୍ଠିତ

ଅନୁଗୋଳ,୧୮/୦୫ – ଅନୁଗୋଳ ଜିଲ୍ଲା ପୋଲିସ୍ ପକ୍ଷରୁ ଆଜିଠାରୁ ରାଜ୍ୟ ପୋଲିସ୍ ସ୍ତରୀୟ ଏକ କବାଡି ଓ ହ୍ୟାଣ୍ଡବଲ୍ (ପୁରୁଷ) ପ୍ରତିଯୋଗିତା ଆଇଜି ସତ୍ୟବ୍ରତ ଭୋଇ ଓ ଅନୁଗୋଳ ଏସ ପି ରାହୁଲ ଜୈନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି। ଏଥିରେ ରାଜ୍ୟସ୍ତରୀୟ ଖେଳାଳି ମାନେ ଯୋଗ ଦେଇଛନ୍ତି। ଆଜି ସକାଳେ ଅନୁଗୋଳ ଓ ରାୟଗଡ଼ା ମଧ୍ୟରେ ପୁରୁଷ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ରେ ମଧ୍ୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୋଲିସ୍ ପକ୍ଷରୁ ରେଫ୍ରି, ଥଣ୍ଡା ପାନୀୟ ଓ ଜଳଖିଆ ଆଦିର ବ୍ୟବସ୍ଥା ହୋଇଥିଲା। ଏହି ପ୍ରତିଯୋଗିତା ପାଞ୍ଚ ଦିନ ଧରି ଚାଲିବ ଅର୍ଥାତ୍ 18/05 ରୁ ଆରମ୍ଭ ହୋଇ 22/05 ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତା ଅବସରରେ ବହୁ ଦର୍ଶକଙ୍କ ସହ ସାମ୍ବାଦିକ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
