ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ ଅନୁଷ୍ଠିତ
ଢ଼େଙ୍କାନାଳ-୧୮/୫: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision ) ସଂପର୍କରେ ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ -ତଥା- ଜିଲ୍ଲା ନିର୍ବାଚ଼ନ ଅଧିକାରୀ ଶ୍ରୀ ଆଶିଷ ଈଶ୍ଵର ପାଟିଲ ଭୋଟର ତାଲିକାକୁ କିଭଳି ସଠିକ୍, ସ୍ୱଚ୍ଛ ଓ ନିର୍ଭରଯୋଗ୍ୟ କରାଯାଇ ପାରିବ, ସେ ସଂପର୍କରେ ଆଲୋଚ଼ନା କରିଛନ୍ତି । ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରି ସଠିକ୍, ନିର୍ଭୁଲ ଓ ପାରଦର୍ଶୀ ଭୋଟର ତାଲିକା ପ୍ରସ୍ତୁତି କରିବା ସ୍ୱତନ୍ତ୍ର ସଘନ ସଂଶୋଧନ (S I R )ର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଭୋଟର ତାଲିକାରେ ଅନ୍ତର୍ଭୁକ୍ତକରଣ ନିମନ୍ତେ ୦୧.୦୭.୨୦୨୬ କୁ ଯୋଗ୍ୟ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି, ଚ଼ଳିତ ମଇ ମାସ ୩୦ ତାରିଖ ଠାରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ (B L O) ମାନେ ଘରକୁ ଘର ବୁଲି ତଥ୍ଯ ସଂଗ୍ରହ କରିବେ, ଜୁନ୍ ମାସ ୨୮ ସୁଦ୍ଧା ପୁଲିଂ ଷ୍ଟେସନର ବ୍ୟବସ୍ଥାକରଣ ହେବ ।ଜୁଲାଇ ମାସ ୫ ତାରିଖରେ ଡ୍ରାଫ୍ଟ୍ ଇଲେକ୍ଟୋରାଲ ରୋଲ୍ ପ୍ରକାଶ ପାଇବ, କୌଣସି ପ୍ରକାରର ଦାବୀ ଓ ଅସମ୍ମତି ପତ୍ରାଦିର ସମାଧାନ ପାଇଁ ଜୁଲାଇ ମାସ ୫ ରୁ ଅଗଷ୍ଟ ମାସ ୪ ତାରିଖ ମଧ୍ୟରେ ଗ୍ରହଣ କରାଯିବ ଏବଂ ଜୁଲାଇ ମାସ ୫ ରୁ ସେପ୍ଟେମ୍ବର ୨ ତାରିଖ ମଧ୍ୟରେ ଏହାକୁ ସମାଧାନ କରାଯାଇ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ତା. ୦୬.୦୯.୨୦୨୬ ରିଖରେ ପ୍ରକାଶ କରାଯିବ ବୋଲି ଜିଲ୍ଲାପାଳ ପ୍ରିତିନିଧିମାନଙ୍କୁ ଅବଗତ କରାଇଥିଲେ । ସମସ୍ତ ରାଜନୈତିକ ଦଳ ସେମାନଙ୍କର ବୁଥ ସ୍ତରୀୟ ଏଜେଣ୍ଟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବି.ଜେ.ପି.ର ପ୍ରନିନିଧି ଶ୍ରୀ ବିଘ୍ନେଶ୍ଵର ଦୋରା, ବି.ଜେ.ଡ଼ି.ର ପ୍ରତିନିଧି ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର ଏବଂ ବିଷ୍ଣୁ ପ୍ରସାଦ କର, ଭାରତୀୟ ଜାତୀୟ କଂଗ୍ରେସର ଶିଳ୍ପୀଶ୍ରୀ ହରିଚ଼ନ୍ଦନ ଏବଂ ଆମ୍ ଆଦମୀ ପାର୍ଟିର ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଓ ଚ଼ିତ୍ତ ରଂଜନ ପାଣି ଯୋଗ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଏବଂ ସଦର ଉପ-ଜିଲ୍ଲପାଳ ଶ୍ରୀ ପଦ୍ମ ଚରଣ ସାହୁ ଉପସ୍ଥିତ ଥିଲେ । ଶେଷରେ ଡ଼େପୁଟୀ – କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ l



