ପୁରୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତ୍ତନ ମନ୍ତ୍ରୀଙ୍କୁ ପୁରୀରୁ ଗିରଫ କରିଛି ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ।ପୁଲିସ ସୂତ୍ରରୁ ଅନୁସାରେ ତୃଣମୂଳ କଂଗ୍ରେସ ବିଧାୟକ ଦିଲୀପ ମଣ୍ଡଳଙ୍କୁ ପୁରୀରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଛି।
ବିରୋଧୀଙ୍କୁ ଧମକ ଦେବା ଅଭିଯୋଗ ଆସିବା ପରଠାରୁ ସେ ଫେରାର ଥିଲେ। ପୂର୍ବରୁ ମେ ୧୪ରେ ପାଇଲାନ ଅଞ୍ଚଳରେ ଦିଲ୍ଲୀପଙ୍କ ଦୁଇଟି ସ୍ଥାନରେ ଚଢାଉ କରିଥିଲା ଏସଟିଏଫ। ମେ ୧୮ରେ ଦକ୍ଷିଣ ୨୪ ପ୍ରଗଣା ବକ୍ଖାଲି-ଫ୍ରାସରଗଞ୍ଜ ଅଞ୍ଚଳରୁ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କୁ ଅନ୍ୟ ପାଞ୍ଚ ଜଣଙ୍କ ସହିତ ଗିରଫ କରାଯାଇଥିଲା।



