୧୮ ଜୁନରେ ହେବ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଜୁନ୍ ୧ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ ଜୁନରେ ମତଦାନ ହେବ । ସେହିଦିନ ଫଳାଫଳ ମଧ୍ୟ ଜଣାପଡିବ । ରାଜ୍ୟସଭା ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଏହି ପଦ ।
ଦୁଇଦିନ ତଳେ ଦେବାଶିଷ ଏହି ପଦରୁ ଇସ୍ତଫା ଦେଇଥିଲେ । ଗତକାଲି ସେ ଦିଲ୍ଲୀରେ ବିଜେପିରେ ମିଶିଥିଲେ । ତେଣୁ ଏହି ଆସନ ପାଇଁ ଦେବାଶିଷ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି । ଆଗରୁ ମମତା ମହନ୍ତ ଓ ସୁଜିତ କୁମାର ମଧ୍ୟ ଇସ୍ତଫା ଦେଇ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି ।



