ବୋରଗୁମା ଧାନ ମଣ୍ଡି ଠାରେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ର ବୈଠକ
ଗୋଲାମୁଣ୍ଡା/୨୭/୫/୨୬/(ଦୈନିକ ଆଶା)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତରେ ସଭାପତି ରାମ କୁମାର ସେନାପତିଙ୍କ ନେତୃତ୍ବରେ ଧାମନପୁର ପଞ୍ଚାୟତ ଅଧିନରେ ଥିବା ବୋରଗୁମା ଧାନ ମଣ୍ଡିରେ ଏଜ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ମୋଲିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ, ଏଭଳି ପରିସ୍ଥିତିରେ ଦେଶରେ ଦେଖା ଦେଇଛି ପାନୀୟ ଜଳର ଅଭାବ,ପ୍ରଚଣ୍ଡ ଗ୍ରୀଷ୍ମରେ ଗୋଲାମୁଣ୍ଡା ବ୍ଲକର ଅନେକ ସ୍ଥାନରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଇଛି, ବନ୍ଦା ଗାଁ ମେଘା ପ୍ରୋଜେକ୍ଟରେ ଵିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ଅବହେଳା ରହୁଛି, ଫଳରେ ଅଞ୍ଚଳର ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି,ଦ୍ୱିତୀୟରେ ଗ୍ରୀଷ୍ମ ଖରାରେ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନଙ୍କୁ ତାଙ୍କର ଭତ୍ତା ଘରକୁ ଯାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ପ୍ରଦାନ କରନ୍ତୁ, ତୃତୀୟରେ ମୌଳିକ ସୁବିଧା ଯେମିତି ପ୍ରକୃତ ଲୋକେ ପାଇ ପାରିବେ ଯାହାକି ବ୍ଲକରେ ବିଭିନ୍ନ ପ୍ରକାର ସରକାରି କାର୍ଯ୍ୟ ଓ ଅନ୍ତ ଦ୍ବୟ ଗୃହ ପ୍ରକୁତ ହିତାଧିକାରୀ ମାନେ ପାଆନ୍ତୁ l ଗୋଲାମୁଣ୍ଡା ବ୍ଲକରେ କିଛି ଦିନ ତଳେ କେତେକ ଗାଁରେ ଚୋରି ଘଟଣାର ଖବର ପ୍ରସାରଣ ହୋଇଛି ତେଣୁ ଗୋଲାମୁଣ୍ଡା, କେଗାଁ ଥାନା ଅଧିକାରୀ ଓ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ମାନେ କଡ଼ା କଡ଼ି ଭାବେ ପେଟ୍ରୋଲିଙ୍ଗ କଲେ , ସାଧାରଣ ଜନତାଙ୍କ ଧନ ଜୀବନ ଉପରେ ସୁରକ୍ଷା ହେଵା ସହ ଶାନ୍ତି ରେ ରହି ପାରିବେ l ଉପରୋକ୍ତ ବିଷୟ ପ୍ରତି କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଏସ,ପି,ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି l ଏହି ବୈଠକର ସଂଘର ଉପ ସଭାପତି ପୀତାମ୍ବର ବେହେରା, ସନ୍ତୋଷ କୁମାର ମାଝୀ, ସାଧାରଣ ସମ୍ପାଦକ ସରୋଜ କୁମାର ମୁଣ୍ଡ, ସହ ସମ୍ପାଦକ କପୁରଚନ ସେଠୀଆ, କୋଷାଧକ୍ଷ ଜନ୍ମେଜୟ ନାଏକ, a ମୁରଲି ଧର ବାଗ, ଭୁଜରାଜ ମଙ୍ଗରାଜ, ହିମାଂଶୁ ଭୋଇ, ଡମ୍ବରୁdhar
ଧର ଜାଲ ପ୍ରମୁଖ ଉପସ୍ଥିତ ଥିଲେ l
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୂର୍ ଚନ ସେଠୀଆ ଙ୍କ ରିପୋର୍ଟ୍



