
ବ୍ରହ୍ମପୁର ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା. ବ୍ରହ୍ମପୁର,4/3/23, ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ବ୍ରହ୍ମପୁର ଏସପି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା. ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଯୋଜନା ବଦ୍ଧ ଆକ୍ରମଣରେ ପୁଲିସ୍ ବିରୋଧ ରେ ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲା ପଞ୍ଜିକରଣ ନହେବା ପ୍ରତିବାଦରେ ଆଜି ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥଲା. ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ବିରୁଦ୍ଧରେ ବିଜେପି କାର୍ଯ୍ୟ କର୍ତ୍ତା ମାନେ ନାରାବାଜି କରିବା ସହ ରାଜ୍ୟର ପୋଲିସ ଡ଼ିଜି,ଭୁବନେଶ୍ୱର -କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡ଼ିସିପିଙ୍କ ବିରୁଦ୍ଧରେ ଏତଲା...















