
ଫକୀର ମୋହନ ସେନାପତି ସ୍ମୁତି ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଣ୍ଟୁଣିଆ ସ୍ଥିତ ଫକୀରମୋହନ ସେନାପତି ସ୍ମୃତି ପାଠାଗାର ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି |ଉକ୍ତ ଉତ୍ସବରେ ଉଦଘାଟକ ଭାବରେ ଗୋଠଦା ମଠର ମଠଧୀସ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଉତ୍ସବ କୁ ଉଦଘାଟନ କରିଥିବାବେଳେ ନବକାକାଳୀ ପତ୍ରିକାର ସମ୍ପାଦକ ଡ଼ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ନାଉଗାଁ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବରେ...













