ଆଦିବାସୀ ଅଧିକାର ଦିବସରେ ୯ ଦଫା ଦାବି, ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ମାଲକାନଗିରି, ୧୩/୦୯: ଆଦିବାସୀ ଅଧିକାର ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଜମି, ଜଙ୍ଗଲ, ଶିକ୍ଷା, ଜୀବିକା ଓ ଅଧିକାର ସୁରକ୍ଷାକୁ ନେଇ ଦାବି ଜୋରଦାର ହୋଇଛି। ଏହି ଅବସରରେ କାଲିମେଳା ବ୍ଲକରେ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଶତାଧିକ ଆଦିବାସୀ ଏକତ୍ରିତ ହୋଇ ଏକ ବିଶାଳ ରାଲି କରିଥିଲେ। ରାଲି ପରେ ଆନ୍ଦୋଳନକାରୀମାନେ କାଲିମେଳା ବିଡିଓଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ବିଡିଓଙ୍କ ଜରିଆରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଆଦିବାସୀ ମହାସଂଘ ପକ୍ଷରୁ ପଞ୍ଚମ ଅନୁସୂଚୀ...



