ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅନୁଗୋଳ ଗସ୍ତ ଓ ଛେଣ୍ଡିପଦା ଅଞ୍ଚଳରେ କୋଇଲା ପରିବହନ ଭିତ୍ତିଭୂମିର ସମୀକ୍ଷା ଅନୁଗୋଳ, ୨୩.୦୪ : କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ତଥା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ଛେଣ୍ଡିପଦା ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଛେଣ୍ଡିପଦା-ଅନୁଗୋଳ ଏବଂ ଛେଣ୍ଡିପଦା-ଜରପଡ଼ା ରାସ୍ତାର ତୁରନ୍ତ ମରାମତି ସହ ଏହାର ଉନ୍ନତିକରଣ ଉପରେ ସଚିବ ଗୁରୁତ୍ୱାରୋପ କରିଛନ୍ତି। ପରିବହନକୁ ସୁଗମ କରିବା ପାଇଁ ଏହି ରାସ୍ତାଗୁଡ଼ିକର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ...






