କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ପିଠ ରେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ
ଏବେ ସାରା ରାଜ୍ୟ ରେ ଶୀତ ଲହରୀ ଜାରି ରହିଛି l କୋରାପୁଟ ଜିଲ୍ଲା ରେ ଶୀତ ର ପ୍ରଭାବ ଅଧିକ ରହୁଛି l ରାତି ର ତାପମାତ୍ରା 5 ଡିଗ୍ରୀ ବି ହୋଇଯାଉଛି l କୋରାପୁଟ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ରୁ ବାବା ଗୁପ୍ତେଶ୍ୱର ପୀଠ ଅନ୍ୟତମ ଅଟେ l ଅନେକ ଭକ୍ତ ଏଠାକୁ ଆସିଥାନ୍ତି l ଏହି ଭକ୍ତ ଙ୍କ ଠାରୁ କିଛି ଦାନ ଆଶା ରେ କିଛି ଭିକ୍ଷୁକ ଏଠାରେ ପାହାଚ ରେ ବସିଥାନ୍ତି l ଅର୍ଥ ର ଅଭାବ ପାଇଁ ଶୀତ ବସ୍ତ୍ର ତାଙ୍କର ନଥାଏ l ଏହାକୁ ଦେଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କ ପାଇଁ କମ୍ବଳ ର ବ୍ୟବସ୍ଥା କରାଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା କୋରାପୁଟ ଗସ୍ତ ରେ ଥିବାବେଳେ ଏହି ଘଟଣା ସଭାପତି ଙ୍କ ନଜର କୁ ଆସିଥିଲା l ଏହି କମ୍ବଳ ପାଇବା ପରେ ସେ ଅଭାବି ବୁଢା ବୁଢ଼ୀ ଙ୍କ ଖୁସୀ କହିଲେ ନ ସରେ l ଏହା ପରେ ଏହି ସ୍ଥାନ ଜୟ ଗୁପ୍ତେଶ୍ୱର, ଜୟ ଜଗନ୍ନାଥ ରେ ଭରି ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ବିକାଶ ପାତ୍ର, ଅଭୟ ବେହେରା, ଦେବେନ୍ଦ୍ର ନାୟକ, ତପନ ସେନାପତି, ଦିଲ୍ଲୀପ କୁମାର ନାଥ, ଗୌରାଙ୍ଗ ନାୟକ ଓ କଟକ ଜିଲ୍ଲା ପ୍ରତିନିଧି ମକର ବେହେରା ସାମିଲ ଥିଲେ l



