ଓଡ଼ିଆ ସିନେମା ଜଗତ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଶୁକ୍ରବାର ବଡ଼ ପରଦାକୁ ଆସିଛି ଦୁଇଟି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ଆଫା – ଲାଇଫ୍ ଆଫ୍ଟର୍ ଲାଇଫ୍’ ଏବଂ ‘ପୂୟୋଦକମ’। ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଓଡ଼ିଆ ଭାଷା ପକ୍ଷ ଅବସରରେ ଦୁଇ ସିନେମାର କଳାକାର ଓ ସଦସ୍ୟମାନେ ଏକାଠି ହୋଇ ପରସ୍ପରର ଚଳଚ୍ଚିତ୍ରକୁ ପ୍ରମୋଟ୍ କରିଛନ୍ତି, ଯାହା ଓଲିଉଡରେ ଏକ ନିଆରା ଏକତା ପ୍ରଦର୍ଶନ କରିଛି। ପ୍ରଥମେ ଡିଏନ୍ ରେଗାଲିଆ ସ୍ଥିତ ଆଇନକ୍ସରେ ‘ଆଫା’ ଏବଂ ପରେ ଶ୍ରେୟା ସିନେପ୍ଲେକ୍ସରେ ‘ପୂୟୋଦକମ’କୁ ଉଭୟ ଟିମ୍ ମିଳିତ ଭାବେ ଦେଖିଥିଲେ। ଏହି ଅବସରରେ ପ୍ରୀତିରାଜ ଶତପଥୀ, ନୈନା ଦାଶ,...





