
ଖୋଲାରହିବାର ପଦ୍ଧତିରେ ପରିବର୍ତ୍ତନ ଅଭିଯୋଗ ଆବେଦନର ସମୟସୀମା ୩୦ ଦିନରୁ ୯୦ ଦିନକୁ ବୃଦ୍ଧି ଭୁବନେଶ୍ୱର (୧୩ / ୦୬ / ୨୦୨୩) କାଳିଆ ହିତାଧ୍ୟାକାରୀ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖ୍ କାଳିଆ ସହାୟତା ଅନ୍ଲାଇନ୍ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରାଯିବା ସହିତ ସମୟସୀମାକୁ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଏ ସଂପର୍କିତ ସଂଶୋଧୂତ ଆଦେଶନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଛି । ସଂଶୋଧୂତ ଆଦେଶନାମାରେ ୨୦୨୧ ମଇ ୫...















