ସୋମବାର ବିଜେପି ୧୪୪ ଆସନ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି (ମଙ୍ଗଳବାର) ଶାସକ ଟିଏମସି ୨୯୧ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେଇଛି । ବାକି ୩ଟି ଆସନରେ ପ୍ରାର୍ଥୀ ଦେଇ ନାହିଁ ଟିଏମସି । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ଏହା ସ୍ପଷ୍ଟ ହେବ । ମୋଟ ୨୯୪ ଆସନ୍ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଶାସକ ଟିଏମସି ପୁଣ ଥରେ ସରକାର ଗଢ଼ିବାକୁ ଆଶା ରଖିଥିବା ବେଳେ ବିଜେପି ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା...






