ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀ ପୂଜକ ବନ୍ଧୁମିଳନ ବରଗଡ଼:୧୦/୫(ପବିତ୍ର ମେହେର) ବରଗଡ ଜିଲ୍ଲା ରାମଚଣ୍ଡୀ କଲ୍ଯାଣ ମଣ୍ଡପ, ଲାଦେରପାଲି, ଅତାବିରା ଠାରେ ତା ୦୯/୦୫/୨୦୨୬ ଶନିବାର ଦିନ ୧୧ ଟା ସମୟରେ ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀଙ୍କ ପୂଜକମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଜନ କଲ୍ଯାଣ କୁଲତା ସମାଜ ଅତାବିରା ତରଫରୁ ଜନ କଲ୍ୟାଣ କୁଲତା ସମାଜର ସଭାପତି ସୁରେନ୍ଦ୍ର ସ୍ବାଇଁ ଙ୍କ ତତ୍ବାବଧାନରେ, ସୁବାଷ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ ସଭାରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ପୀଠ, ଉପପୀଠ, ମନ୍ଦିରଗୁଡିକରେ ରଣେଶ୍ବର ରାମଚଣ୍ଡୀଙ୍କ ପୂଜା କରୁଥିବା ଷାଠିଏ ରୁ ଅଧିକ ପୂଜକ ଯୋଗ ଦେଇଥିଲେ।...






